ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ବାର ଦେଇଥିଲା କେତେକଣ ହୋଇଥାଆନ୍ତା । ହାଣ୍ଡିରେ ମଟନ ବସିଥାଆନ୍ତା ଖାଇ ପିଇକି ମଜା ଉଠାଇଥାଆନ୍ତେ । କିନ୍ତୁ ସବୁ ଉଜାଡିଦେଇଛ ତିତଲି । କାରଣ ସକାଳୁ ସକାଳୁ ଆରମ୍ଭ ହୋଇଛି ପବନ ସାଙ୍ଗକୁ ବର୍ଷା ।
ରାଜଧାନୀର ବଡ ମଟନ ବଜାର ବୋଲାଉଥିବା ଚାରି ନମ୍ବର ମଟନ ମାର୍କେଟରେ ମାଛି ଉଡିଛନ୍ତି । କାରଣ ବର୍ଷା ପାଇଁ ଲୋକେ ଘରୁ ବାହାରିପାରୁନାହାଁନ୍ତି । ଯାହାଫଳରେ ମଟନ ବେପାରୀମାନେ ମଟନ କାଟିବାକୁ ମଧ୍ୟ ପଛଘୁଞ୍ଚା ଦେଇଛନ୍ତି । କାଳେ ବେପାର ହେବ କି ନାଇଁ ମନରେ ଭୟ ରଖି କେତେକ ବେପାରୀ ଦୋକାନ ମଧ୍ୟ ଖୋଲିନଥିବା ଦେଖିବାକୁ ମିଳିଛି । ଯଦି ବି କେହି ଖୋଲିଛନ୍ତି ଦେଖିଚାହିଁ ମଟନ କାଟିଛନ୍ତି ।
ଯଦିବି ମଟନ ବେପାର ହୋଇଛି ତେବେ କାଁ ଭାଁ ବେପାର ହୋଇଛି ବୋଲି ବେପାରୀମାନେ ମତ ଦେଇଛନ୍ତି । ମାତ୍ର ଦୋକାନ ଆଗରେ ବନ୍ଧା ହୋଇ ରହିଛନ୍ତି ସମସ୍ତ ଖାସି ।
ରିପୋର୍ଟ : ଗୁଣନିଧି ବେହେରା