ଭୁବନେଶ୍ୱର,(ଏଟିଆରବ୍ୟୁରୋ): ଶେଷରେ ଜାରି ହେଲା ନିର୍ଦ୍ଦେଶ । ଯାହା ବି ହୋଇଯାଉ ୩ଦିନ ଭିତରେ ଲୋକଙ୍କ ପାଖରେ କ୍ଷତି ପୂରଣ ପହଞ୍ଚିବା ଦରକାର । ତିତଲି ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ କ୍ଷତି ପୂରଣ ଦେବାକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ବା’ ଏସଆରସି ।
ଖାସ ଏନେଇ କମିଶନର ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଚିଠି ଲେଖିଥିବା ଜଣାପଡିଛି । କେବଳ ଏତିକି ନୁହେଁ ଆରଆଇ ଓ ତହସିଲଦାରମାନଙ୍କୁ ପ୍ରକ୍ରିୟା ତ୍ୱାରାନିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସବୁଠୁ ବଡ଼ କଥା ହେଉଛି କ୍ଷତି ପୂରଣ ରାଶୀ ବାବଦକୁ ୪ଲକ୍ଷ ଟଙ୍କା ଘୋଷଣା କରାଯାଇଛି । ତେବେ ପୂର୍ବରୁ ମୃତ୍ୟୁର ୭ଦିନ ଭିତରେ କ୍ଷତି ପୂରଣ ଦେବାକୁ ନିର୍ଦ୍ଦେଶ ରହିଥିଲା । ସୂଚନାଥାଉକି, ସାମୁଦ୍ରିକ ଝଡ ତିତଲି ଉଗ୍ର ରୂପ ନେଇଥିଲା ।
ଯଦିଓ ଜିରୋ କାଜୁଆଲିଟି ଉପରେ ସରକାର ଅଧିକ ଗୁରୁତ୍ୱ ଦେଇଥିଲେ ତଥାପି ସାମୁଦ୍ରିକ ଝଡ଼ ତିତଲି କିଛି କମ ତାଣ୍ଡବ ରଚିନଥିଲା । ଫଳସ୍ୱରୂପ ଅନେକ କ୍ଷତି ହେବା ସହ ଘଟଣାରେ କେତେକଙ୍କ ମୃତ୍ୟୁ ହୋଇଥିବା ଘଟଣା ଏବେ ସାମ୍ନାକୁ ଆସିଛି । ତେଣୁ ରାଜ୍ୟ ସରକାର ଏଥିପାଇଁ କ୍ଷତିପୂରଣ ରାଶୀ ପ୍ରଦାନ କରିଛନ୍ତି ।