ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜି ରାଜ୍ୟର ଦୁଇଟି ସ୍ଥାନରେ ବନ୍ଦ ଡାକରା ଦିଆଯାଇଛି । ଢ଼େଙ୍କାନାଳରେ ୧୨ ଘଣ୍ଟା ବନ୍ଦ ରହିଥିବା ବେଳେ ଭବାନୀପାଟଣା ୧୬ ଘଣ୍ଟିଆ ବନ୍ଦ ରହିଛି । ବିଭିନ୍ନ ଦାବୀ ନେଇ ଉଭୟ ସ୍ଥାନରେ ବନ୍ଦ ଡାକରା ଦିଆ ଯାଇଛି । ଯାହା ଦ୍ୱାରା ଜନସାଧାରଣ ବହୁତ ଅସୁବିଧାର ସମୁଖୀନ ହୋଇଛନ୍ତି । ଢ଼େଙ୍କାନାଳରେ ବିଜେପି ପକ୍ଷରୁ ଚାରି ଦଫା ଦାବିରେ ୧୨ ଘଣ୍ଟା ବନ୍ଦ ଡାକରା ଦିଆ ଯାଇଥିବା ବେଳେ ଭବାନୀପାଟଣାରେ ବସ୍ତି ବାସିନ୍ଦା ସ୍ଥାୟୀ ଘରଡିହ ପ୍ରଦାନ କରିବା ପାଇଁ ଜନ୍ମମାଟି ସୁରକ୍ଷା ସମିତି, କନ୍ଧମାଳ ପକ୍ଷରୁ ୧୬ ଘଣ୍ଟା ବନ୍ଦ ଡାକରା ଦିଆ ଯାଇଛି ।
ଢ଼େଙ୍କାନାଳ- ବିଜେପି ପକ୍ଷରୁ ଏଠାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଚାରି ଦଫା ଦାବିରେ ଏଠାରେ ବନ୍ଦ ଡାକରା ଦିଆ ଯାଇଛି । ତେବେ ଏହି ଚାରି ଦଫା ହେଉଛି ସହରର ବାଜି ରାଉତ ଛକରେ ଥିବା ପୁରାତନ ମେଡିକାଲକୁ ଜିଲ୍ଲା ଚିକିତ୍ସାଳୟକୁ ସିଟି ହସ୍ପିଟାଲ ମାନ୍ୟତା ପ୍ରଦାନ, ନୂତନ ହସ୍ପିଟାଲରେ ଆବଶ୍ୟକ ଅନୁସାରେ ଡାକ୍ତର ଓ ନର୍ସ ନିଯୁକ୍ତି, ମେଡିକାଲ୍ ପାଖରେ ପୁଲିସ୍ ଫାଣ୍ଡି ପ୍ରତିଷ୍ଠା ଓ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ପ୍ରଚଳନ ଦାବିରେ ଜିଲ୍ଲା ବିଜେପି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ଏହି ବନ୍ଦରେ ଶହ ଶହ ବିଜେପି କର୍ମୀମାନେ ମିଶି ପାଳନ କରିଛନ୍ତି । ସହରର ଦୋକାନ ବଜାର ଏବଂ ଗାଡି ଚଳାଚଳ ଠପ ହୋଇଯାଇଛି । ଯାହାଦ୍ୱାରା ଜନସାଧାରଣ ବହୁତ ଅସୁବିଧାର ସକୁଖୀନ ହେଉଛନ୍ତି ।
ଭବାନୀପାଟଣା-ଏଠାରେ ୧୬ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ଜନ୍ମମାଟି ସୁରକ୍ଷା ସମିତି,କନ୍ଧମାଳ । ଭବାନୀପାଟଣା ସହରର ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ଘରଡିହ ପଟ୍ଟା ପ୍ରଦାନ କରିବା ପାଇଁ ଦାବି ହୋଇଛି। ସକାଳ ୬ଟାରୁ ରାତି ୯ଟା ଯାଏ ଏହି ବନ୍ଦ ପାଳନ କରାଯାଉଛି। ସକାଳେ ସମିତିର ସଦସ୍ୟମାନେ ନକଟିଗୁଡ଼ା ଛକରେ ରାସ୍ତା ଅବରୋଧ କରିବା ସହ ଦାବି ପୂରଣ ନେଇ ସ୍ଳୋଗାନ ଦେଇଥିଲେ।ଏଠାରେ ମଧ୍ୟ ସମସ୍ତ ଦୋକାନ ବଜାର ଏବଂ ଗାଡି ମଟର ଚଳାଚଳ ବନ୍ଦ ରହିଛି ।