ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଗଣତନ୍ତ୍ରର ମହାପର୍ବରେ ଆଜି ହେଉଛି ସପ୍ତମ ପର୍ଯ୍ୟାୟ ମତଦାନ । ଅର୍ଥାତ ଶେଷ ପର୍ଯ୍ୟାୟ ମତଦାନ । ଆଜି ଦେଶର ଆଠଟି ରାଜ୍ୟରେ ୫୯ ଟି ଲୋକସଭା ଆସନରେ ମତଦାନ ଅନୁଷ୍ଠିତ ହେଉଛି । ସେହିଭଳି ଓଡିଶାରେ କେନ୍ଦ୍ରାପଡା ପାଟକୁରା ବିଧାନସଭା ଆସନକୁ ବାଦ ଦେଲେ ସମସ୍ତ ଲୋକସଭା ଆସନ ଓ ବିଧାନ ସଭା ଆସନରେ ମତଦାନ ଗ୍ରହଣ ହୋଇସାରିଛି । କିନ୍ତୁ ମତଦାନ ବେଳେ ତେତେକ ବୁଥରେ ଇଭିଏମରେ ଯାନ୍ତ୍ରୀକ ତୃଟି ଓ କିଛି ଅସୁବିଧା ପାଇଁ ମତଦାନ ବାଧାପ୍ରାପ୍ତ ହୋଇଥିଲା ।
ଏହି ଅବସରରେ ଆଜି ଓଡିଶାରେ ୩୪ ଟି ବୁଥରେ ସାନି ମତଦାନ ହେଉଛି । ୧୧ ଟି ଲୋକସଭା ଆସନ ଅଧିନସ୍ତ ୧୮ ଟି ବିଧାନସଭା ଆସନରେ ୩୪ ଟି ବୁଥରେ ଆଜି ପୁଣି ମତଦାନ କରିବେ ୨୦ ହଜାର ଭୋଟର । ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଏହି ବୁଥରେ ମତଦାନ ଅନୁଷ୍ଠିତ ହେବ । ତେବେ ଆସନ୍ତୁ ଜାଣିବା ଆଜି ସାନିମତଦାନ ହେଉଥିବା କେତେକ ବୁଥ ।
ସାଲେପୁରରେ ଗୋଟିଏ । ଭୁବନେଶ୍ୱର ଲୋକସଭାର ଭୁବନେଶ୍ୱର ମଧ୍ୟରେ ଗୋଟିଏ, ସତ୍ୟବାଦୀରେ ଗୋଟିଏ, , ଢେଙ୍କାନାଳ ଲୋକସଭାର ତାଳଚେରରେ ଗୋଟି, ଯାଜପୁର ଲୋକସଭାର ବିଂଝାରପୁରରେ ୨ , ସୁକିନ୍ଦାରେ ଗୋଟିଏ, ପୁରୀ ଲୋକସଭାର ବ୍ରହ୍ମଗିରିରେ ୨ଟି ବାଲେଶ୍ବର ଲୋକସଭାର ଜଳେଶ୍ବରର ୨ଟି ମୟୂରଭଞ୍ଜ ଲୋକସଭାର ବାଙ୍ଗିରିପୋଷିରେ ଗୋଟିଏ, କେନ୍ଦୁଝର ଲୋକସଭାର ଘସିପୁରାରେ ଗୋଟିଏ କେନ୍ଦ୍ରାପଡ଼ା ଲୋକସଭାର ମାହାଙ୍ଗାରେ ୪ଟି, ଦେଓଗଡ଼ରେ ଗୋଟିଏ, ଧର୍ମଶାଳାରେ ଗୋଟିଏ, ବଡ଼ମ୍ବାର ଗୋଟିଏ ବୁଥ୍, ଆଠଗଡ଼ର ୪ଟି, ବରୀରେ ୫ଟି, ବାରିପଦାର ୪ଟି ଲୋକସଭା ଆସନରେ ସାନି ମତଦାନ ଅନୁଷ୍ଠିତ ହେଉଛି ।