ଚେନ୍ନାଇ(ଏଟିଆର ବ୍ୟୁରୋ):ଆଜିଠୁ ଭାରତ ଓ ଇଂଲଣ୍ଡ ଟେଷ୍ଟ ଆରମ୍ଭ ହୋଇଛି । ଚେନ୍ନାଇ ଏମ.ଏ ଚିତାମ୍ବରମ ଷ୍ଟାଡିୟମରେ ପ୍ରଥମ ଟେଷ୍ଟ ଖେଳାଯିବା ପାଇଁ ଥିବା ବେଳେ ଏଥିରେ ଟସ୍ ଜିତିଛି ଇଂଲଣ୍ଡ । ମ୍ୟାଚ୍ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି । ବିନା ଦର୍ଶକରେ ଖୋଳାଯିବ ଏହି ମ୍ୟାଚ୍ ।
ଏହି ଟସ ଜିତି ଇଂଲଣ୍ଟପ୍ରଥମେ ବ୍ୟାଟିଂ କରିବ ବୋଲି ନିଷ୍ପତ୍ତି ନେଇଛି । ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ବୋଲିଂ କରିବ । ଏହି ଟେଷ୍ଟରେ ଭାରତ ପକ୍ଷରୁ ଚୂଡ଼ାନ୍ତ ଏକାଦଶରେ ରୋହିତ ଶର୍ମା, ଶୁବମନ ଗିଲ୍, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ୱାଶିଂଟନ ସୁନ୍ଦର, ରବିଚନ୍ଦ୍ରନ ଅଶ୍ୱିନ, ଈଶାନ୍ତ ଶର୍ମା, ଯଶପ୍ରୀତ ବୁମ୍ରା ଓ ଏସ୍ ନଦୀମ ସ୍ଥାନ ପାଇଛନ୍ତି।
୨୦୧୬ ପ୍ରଦର୍ଶନକୁ ମନେପକାଇ ଭାରତ ଆଉ ଏକ ଟେଷ୍ଟ ସିରିଜ ଜିତିବାକୁ ଲକ୍ଷ୍ୟ ରଖିବ । ଇଂଲଣ୍ଡ ମଧ୍ୟ ୨୦୧୨ ଟେଷ୍ଟ ସିରିଜ କୁ ପୁନରାବୃତ୍ତି କରିବା ପାଇଁ ଯୋଜନା କରୁଛି । ଏହି ସିରିଜରେ ବିଜେତା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିବା ନିଶ୍ଚିତ ହୋଇଯିବ ।
ସେହିପରି ୩ୟ ଓ ୪ର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ ଅହମଦାବାଦସ୍ଥିତ ସର୍ଦ୍ଦାର ପଟେଲ ଷ୍ଟାଡିୟମରେ ଆୟୋଜନ ହେବ । ଭାରତକୁ ଅତିକମରେ ୨-୦ କିମ୍ବା ୨-୧ରେ ଏହି ସିରିଜ୍ ଜିତିବାକୁ ପଡ଼ିବ।