ପୁରୀ (ଏଟିଆର ବ୍ୟୁରୋ): ଆଜି ଭାଦ୍ରବମାସ କୃଷ୍ଣପକ୍ଷ ଦଶମୀ ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ବଣଭୋଜି ବେଶ । ଗୋପଲୀଳା ସମୟରେ କୃଷ୍ଣ ଓ ବଳରାମ ଗାଈ ବାଛୁରୀଙ୍କୁ ସଙ୍ଗରେ ଧରି ବଣଭୋଜିରେ ଯାଇଥିବା କଥା ପୁରାଣରେ ବର୍ଣ୍ଣିତ ଅଛି । ଏହି ପରମ୍ପରାକୁ ସ୍ମରଣ କରି ଦଶମୀ ତିଥିରେ ବଣଭୋଜି ବେଶ କରାଯାଇଥାଏ ।
ମଧ୍ୟାହ୍ନଧୂପ ପରେ ରାମକୃଷ୍ଣ ଦୁଇ ଚଳନ୍ତି ପ୍ରତିମାଙ୍କୁ ପୂଜାପଣ୍ଡା ସେବକ ମାନେ ଆଜ୍ଞାମାଳ ପ୍ରଦାନ କରିବା ପରେ ବିମାନରେ ବସାଇ ସିଂହଦ୍ଵାର ନିକଟସ୍ଥ ବଡଛତା ମଠ ପାର୍ଶ୍ବରେ ଥିବା ଏକ କାଠ ସିଂହାସନକୁ ବିଜେ କରାଇବେ ।ସନ୍ଧ୍ୟାଧୂପ ପରେ ବଣଭୋଜି ବେଶ ସହ ଅର୍ଘାସୁର ଓ ବକାସୁର ବଦ୍ଧ ନୀତି ଅନୁଷ୍ଠିତ ହେବ ।
ଏହି ବେଶରେ ରତ୍ନସିଂହାସନ ଉପରେ ଦୁଇଟି ଲେଖାଁଏ କାଠ ନିର୍ମିତ ଗାଇ ବାଛୁରୀକୁ ଦଣ୍ଡାୟମାନ ଅବସ୍ଥାରେ ରଖାଯାଇଥାଏ ।