ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ହେଉଛି ବିଶ୍ୱ ପଖାଳ ଦିବସ । ଓଡିଆ ଲୋକଙ୍କ ଗର୍ବ ଓ ଐତିହ୍ୟର ପରିଚୟ ହେଉଛି ପଖାଳ । ଓଡିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଆହୁରି ଅଧିକ ଲୋକପ୍ରିୟ କରିବା ପାଇଁ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଏ ।ଯେତେ ସ୍ୱାଦିଷ୍ଠ ଖାଦ୍ୟ ଖାଇଲେ ବି ପଖାଳ ମୁଠେ ପେଟରେ ପଡିଗଲେ ମନ ଓ ଦେହକୁ ଯେଉଁ ଶାନ୍ତି ମିଳେ ତାହା ଆଉ ଅନ୍ୟକେଉଁ ଖାଦ୍ୟରେ ନଥାଏ । ଓଡିଆଙ୍କ ଖାଦ୍ୟ ଚୁରି ତାଲିକାରେ ପଖାଳର ସ୍ଥାନ ସ୍ୱତନ୍ତ୍ର ରହିଛି ।
ମାର୍ଚ୍ଚ ୨୦ ତାରିଖରେ ଆଜିକାଲି ରେଷ୍ଟୁରାଣ୍ଟଓ ବିଭିନ୍ନ ହୋଟେଲରେ ମଧ୍ୟ ପଖାଳ ଦିବସ ପାଳନ କରାଯାଉଛି । ତେବେ ପଖାଳ ସାଙ୍ଗକୁ ଆଳୁ ଭରତା,ବଢିଚୁରା,ମାଛଭଜା,ଶାଗ,ବିଆଜ,ଟିକେ ହୋଇଗଲେ କଥା ନିଆରା ।କିଛି ନ ହେଲେ ବି ପିଆଜ ଓ ଲଙ୍କା ସହ ପଖାଳ କଂସାଏ ଖାଇ ତୋରାଣି ଢୋକେ ପିଇଦେଲେ ଯେଉଁ ଶାନ୍ତି ମିଳେ ତାହା କୌଣସି ଫାଷ୍ଟ ଫୁଡ୍ରେ କେବେବି ମିଳେ ନାହିଁ। ଓଡ଼ିଆମାନେ ନିଜ ସଂସ୍କୃତି, ପରମ୍ପରା ଓ ଖାଦ୍ୟକୁ ଭୁଲି ଯାଇଥିବା ବେଳେ ପଖାଳକୁ କିନ୍ତୁ ଭୁଲି ପାରି ନାହାନ୍ତି ।
ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର ଓ ଆସାମ ଆଦି ରାଜ୍ୟରେ ପଖାଳ ବେଶ୍ ଲୋକପ୍ରିୟ । ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଆଜି ପଖାଳ ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ପଖାଳ ଦିବସର ଶୁଭେଚ୍ଛା ଲୋକମାନଙ୍କୁ ଜଣାଇଛନ୍ତି ।