ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶାର ଏକ ପାରମ୍ପରିକ ଗଣ ପର୍ବ ହେଉଛି ରଜ । ଏହି ପର୍ବ ତିନିଦିନ ଧରି ପାଳନ କରାଯାଉଥିବା ବେଳେ ଆଜି ହେଉଛି ଦ୍ୱିତୀୟ ରଜ ବା ରଜ ସଂକ୍ରାନ୍ତି । ଗତକାଲି ଥିଲା ପହିଲି ରଜ । ସେହିପରି ଆସନ୍ତାକାଲି ଭୂମିଦାହନ ।
ମହାମାରୀ କରୋନା ପାଇଁ ଗତ ଦୁଇ ବର୍ଷ ହେବ ରଜ ଉତ୍ସବ ନିରାଡମ୍ବର ସହ ଘରେ ଘରେ ପାଳନ କରାଯାଉଥିଲା । କିନ୍ତୁ ଚଳିତଥର କରୋନା କୋପ ହ୍ରାସ ପାଇବା ହେତୁ ଆଡମ୍ବରର ସହ ସବୁଠି ପାଳିତ ହେଉଛି ରଜ ଉତ୍ସବ । ସମସ୍ତେ ଖେଳ କୁଦରେ ମସଗୁଲ । ଜମୁଛି ପିଠା ପଣା ଭୋଜି ଭାତର ଆସର ।