ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଆଜି ୧୭୫ତମ ଜନ୍ମ ଜୟନ୍ତୀ । ଏନେଇ ମଧୁବାବୁଙ୍କ ଜନ୍ମ ସ୍ଥାନ ତଥା ସତ୍ୟଭାମାପୁର ଗାଁ ଚଳଚଞ୍ଚଳ ହୋଇ ଉଠିଛି । ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବହୁମାନ୍ୟଗଣ୍ୟ ବ୍ୟକ୍ତି । ମଧୁବାବୁଙ୍କ ଜନ୍ମସ୍ଥଳୀକୁ ପର୍ଯ୍ୟଟନ କ୍ଷେତ୍ର ଭାବେ ରାଜ୍ୟ ସରକାର ଘୋଷଣା କରି ସାରିଛନ୍ତି ।
ଓଡିଆ ମାଟି ତଥା ଓଡିଆ ଜାତିର ସେ ଥିଲେ ସ୍ୱାଭିମାନ । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର କର୍ଣ୍ଣଧାର ଥିଲେ ମଧୁବାବୁ । ଓଡିଆ ଜାତୀୟତାର ପ୍ରମୁଖ ମନ୍ତ୍ରଦାତା ମଧୁବାବୁ ୨୮ ଏପ୍ରିଲ ୧୮୪୮ ମସିହାରେ କଟକ ଜିଲ୍ଲା ସାଲେପୁର ସତ୍ୟଭାମାପୁର ଗାଁରେ ସେ ଜନ୍ମଗ୍ରହଣ କରିଥିଲେ ।