ଭୂବନେଶ୍ୱର(ଏଟିଆର ବ୍ୟୁରୋ):ନନ୍ଦନକାନନ ଆଜି ପାଳୁଛି ୬୧ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ସଫାରି ପାଇଁ ୪ ଟି ନୂତନ ବସ ଷ୍ଟାଣ୍ଡ ଉଦଘାଟନ କରାଯିବ । ଏହି ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ , ଭୂବନେଶ୍ୱର ଉତ୍ତର ବିଧାୟକ ସୁରେଶ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।
ଉଦ୍ୟାନ ପ୍ରତିଷ୍ଠା ଦିବସ ଅବସରରେ ନୁତନ ପ୍ରସ୍ଥାନ ପଥର ଉଦଘାଟନ ସହ ପର୍ଯ୍ୟଟକଙ୍କ ପାଇଁ ସରୀସୃପ ଉଦ୍ୟାନ ଛକରେ ଏକ ସେଲଫି ପଏଣ୍ଟ ହୋଇଛି । ନନ୍ଦନକାନନ ଭିତରକୁ ପ୍ରବେଶ ଓ ପ୍ରସ୍ଥାନ ଲାଗି ଦୀର୍ଘ ବର୍ଷ ଧରି ରହିଥିବା ସମସ୍ୟାର ସମାଧାନ ହେବ ।
ପର୍ଯ୍ୟଟକମାନଙ୍କୁ ଆଉ ରାସ୍ତା ଦେଇ ଭିତରକୁ ଓ ବାହାରକୁ ଯିବାକୁ ପଡିବ ନାହିଁ । ସିଧା ମଲ୍ଟି ଲେୟାର ପାର୍କିଂକୁ ଯୋଗ କରୁଥିବା ନୂଆ ପ୍ରସ୍ଥାନ ବାଟ ଦେଇ ବାହାରକୁ ବାହାରୁଥିବା ବେଳେ ପର୍ଯ୍ୟଟକମାନେ ନିଜର ମତାମତ ଦେଇପାରିବେ । ଦୀର୍ଘ ଦିନ ଧରି ବନ୍ଦ ରହିଥିବା ସଫାରି ଖୋଲିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି ।
ଏହା ବ୍ୟତୀତ ବାଘୁଣୀ ସ୍ନେହାଗର୍ଭରୁ ଜନ୍ମିତ ହୋଇଥିବା ଦୁଇ କଳାବାଘ ଛୁଆଙ୍କ ନାମ ଘୋଷଣା ହେବାର ସମ୍ଭାବନା ରହିଛି । ଦୀର୍ଘ ୯ ମାସ ପରେ ପୁଣି ଆରମ୍ଭ ହେବାକୁ ଯାଉଛି ବୋଟିଂ ଵ୍ୟବସ୍ଥା । ଜାନୁଆରୀ ମାସ ଆରମ୍ଭରୁ ପୁଣି ବୋଟିଂର ପୁନର୍ବାର ମଜା ଉଠାଇ ପାରିବେ ପର୍ୟ୍ୟଟକ।