ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆଜି ହେଉଛି ବିଶ୍ୱ ମାନବଧିକାର ଦିବସ । ପ୍ରତି ବର୍ଷ ଡ଼ିସେମ୍ବର ମାସ ୧୦ ତାରିଖକୁ ବିଶ୍ୱ ମାନବଧିକାର ଦିବସ ରୂପେ ପାଳନ କରାଯାଏ । ରାଜ୍ୟରେ ଦିନକୁ ଦିନ ମାନବଧିକାର ଉଲ୍ଲଘଂନ ବୃଦ୍ଦି ପାଇବାକୁ ଲାଗୁଛି । ଜାତି ,ଧର୍ମ , ବର୍ଣ୍ଣ ଆଦିରେ ଆମେ ସବୁ ମଣିଷ ସମାନ । ପ୍ରତ୍ୟେକ ବର୍ଗର ମଣିଷ କିଭଳି ଭାବେ ସମାନ ଅଧିକାର ପାଇପାରିବେ ଏ ନେଇ ଆମେ ମାନବଧିକାର ଦିବସ ପାଳନ କରିଥାଉ ।
ପ୍ରତ୍ୟେକ ବ୍ୟକ୍ତିର ମାନବଧିକାର ରହିଛି । ମଣିଷ ଭଳି ବଞ୍ଚିବ ଓ ମର୍ଯ୍ୟାଦର ସହ ବଞ୍ଚିବା ଏହା ହେଉଛି ମାନବାଧିକାରର ମୂଳ ମନ୍ତ୍ର ।ମାର ଜରାୟୁ ଠାରୁ ଆରମ୍ଭ କରି ଶ୍ମଶାନ ପର୍ଯ୍ୟନ୍ତ ଜଣେ ବ୍ୟକ୍ତିର ମାନବାଧିକାର ରହିଛି । କିନ୍ତୁ ଅଧିକାଂଶ କ୍ଷେତ୍ରରେ ଏହାର ମାନବାଧିକାରର ସୁରକ୍ଷା ହୋଇପାରୁ ନାହିଁ ।
ବର୍ତ୍ତମାନ ନ ପରିସ୍ଥିତି ରେ ମାନବାଧିକାର ବେଶ ବ୍ୟାପକ ହୋଇଛି । ଶିକ୍ଷା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ଓ ପରିବେଶ ଭଳି କ୍ଷେତ୍ରରେ ମାନବାଧିକାର ଉପରେ ବେଶ ଗୁରୁତ୍ୱ ଦିଆଯାଉଛି ।
୧୯୪୮ ମସିହାରେ ଜାତିସଂଘର ସାଧାରଣ ସଭାରେ ଡସେମ୍ବର ୧୦ ତାରିଖକୁ ମାନବାଧିକାର ଦିବସ ଭାବେ ପାଳନ କରାଯାଇଥିଲା । ୪୮ ଟି ଦେଶ ଏକାଠି ହୋଇ ସଂପୃକ୍ତ ରାଷ୍ଟ୍ରର ସାଧାରଣ ସଭାରେ ଏହିି ଦିନକୁ ପାଳନ କରିଥିଲେ । ୧୯୯୩ ମସିହାରେ ଏହି ଅଧିକାର ସୁରକ୍ଷା ଆଇନ ଭାରତ ସଂସଦରେ ପ୍ରଣୀତ ହେଲା ।