ଭୁବନେଶ୍ୱର ( ଏଟିଆର ବ୍ୟୁେରୋ): ଆଜି ଧର୍ମ ମାସ କାର୍ତ୍ତିକ ମାସର ଶେଷ ଦିନ । ଅର୍ଥାତ କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ଆଜି ସକାଳୁ ସକାଳୁ ଶ୍ରଦ୍ଧାଳୁ ମାନେ ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଇଛନ୍ତି । ସେହିଭଳି ଆଜି ଠାରୁ ମଧ୍ୟ ବିଭିନ୍ନ ସ୍ଥାନରେ ବାଲିଯାତ୍ରା ଆରମ୍ଭ ହୋଇଛି । ଯାହାକୁ ନେଇ ଉତ୍ସବ ମୁଖର ହୋଇ ପଡିଛି ପୁରା ରାଜ୍ୟ । କଟକର ମହାନଦୀ ହେଉ ଅବା କାଠଯୋଡୀ ଠାରୁ ଆରମ୍ଭ କରି ଭୁବନେଶ୍ୱର ବିନ୍ଦୁ ସାଗର ସବୁଠାରେ ସକାଳୁ ସକାଳୁ ଡଙ୍ଗା ଭସାଇବା ପାଇଁ ଖଚାଖଚ ଭିଡ ପରିଲକ୍ଷିତ ହୋଇଥିଲା ।
ପାରମ୍ପାରିକ କଦଳି ପାଟୁଙ୍ଗା ଡଙ୍ଗାଠାରୁ ଆରମ୍ଭ କରି କାଗଜ ତିଆରି ରଙ୍ଗ ବେରଙ୍ଗର ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ । ପୁରାଣ କିମ୍ବଦନ୍ତୀ ଅନୁସାରେ ଏହି ଧର୍ମର ମାସ କାର୍ତ୍ତି ପୂର୍ଣ୍ଣିମା ଠାରୁ ସାଧବ ପୁଅମଆନେ ବୋଇତ ନେଇ ବଣିଜ କରିବାକୁ ବିଦେଶ ଯାଇଥାନ୍ତି । ଆଜି ଡଙ୍ଗାଭସାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।