କେନ୍ଦ୍ରାପଡା ( ଏଟିଆର ବ୍ୟୁରୋ): ଗତ ୧୩ ତାରିଖରେ କେନ୍ଦ୍ରାପଡା ତିନି ମୁହାଣୀ ଛକ ନିକଟରେ ବ୍ୟବସାୟୀ ବିବେକାନନ୍ଦ ମହାରଣା ଗୁଳିମାଡ କରାଯାଇଥିଲା । ଯାହାର ପ୍ରତିବାଦରେ ଆଜି କେନ୍ଦ୍ରପଡା ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲା ବଣିକ ସଂଘ ପକ୍ଷରୁ ଘଟଣାର ପ୍ରତିବାଦ କରି ଆଜି ବନ୍ଦ ଡାକରା ଦିଆଯାଇଛି । ଆନ୍ଦୋଳନ କାରୀ ମାନେ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ଘଟଣାକୁ ଚାରି ଦିନ ବିତି ଯାଇଥିଲେ ମଧ୍ୟ ଏ ଯାଏଁ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି ।
ଏହା ପୂର୍ବରୁ ହୋଇଥିବା ଗୁଳିକାଣ୍ଡକୁ ପ୍ରତିବାଦ କରି ଆଜି ଜିଲ୍ଲା ବଣିକ ସଂଘ ପକ୍ଷରୁ ୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଶିକ୍ଷାନୁଷ୍ଠାନ , ଦୋକାନ ବଜାର ଗାଡି ମଟର ବନ୍ଦ ରହିବ ରଖା ଯାଇଛି । ଅନ୍ୟପଟେ ଆଜି ପାଟକୁରା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହିଛନ୍ତି । ଏହି ଅବସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ହତ୍ୟାକାଣ୍ଡକୁ ନେଇ ପୂର୍ବରୁ ମଧ୍ୟ ଥରେ ବଜାର ବନ୍ଦ ରଖା ଯାଇଥିଲା ।
ବର୍ତ୍ତମାନ କେନ୍ଦ୍ରପଡାରେ ନିର୍ବାଚନ ମାହୋଲ ରହିଥିବା ବେଳେ ଏହି ଘଟଣା ସାଧାରଣ ଲୋକଙ୍କୁ ଭୟବୀତ କରିଛି ।ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ବନ୍ଦ ପାଳନ କରାଯିବ । ସେପଟେ ବିଜେଡି ପାଇଁ ଆଜି ପ୍ରଚାରର ମଙ୍ଗ ଧରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ପାଟକୁରାରେ ୩ ଟି ବ୍ଲକରେ ରୋଡ ଶୋ କରିବେ ।