ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ବିଧାନ ସଭାରେ ବଜେଟ ଉପସ୍ଥାପିତ ହେବ । ୨୦୨୦ ଓ ୨୧ ବର୍ଷ ପାଇଁ ବଜେଟ ଆଗତ ହେବ । ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନା କରିବେ । ଏଥର ବଜେଟ ୧.୫ କୋଟି ରହିବ । ତେବେ ଯାହା ଅନୁମାନ କରାଯାଉଛି ଏଥର ବଜେଟରେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ଅଧିକ ଗୁରୁତ୍ୱ ଦିଆଯିବ ।
ସୂଚନାଯୋଗ୍ୟ ଗତକାଲି ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁସାରେ ମୁଣ୍ଡପିଛା ଆୟ ୫ ପ୍ରତିଶତ ବଢିଥିଲେ ମଧ୍ୟ ଜାତୀୟ ତୁଳନାରେ ଏହାର ହାର କମ ରହିଛି ।