ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଶ୍ରୀମନ୍ଦିର ପରେ ଏବେ ଲିଙ୍ଗରାଜ ଚାରିପଟୁ ଜବର ଦଖଲ ଉଚ୍ଛେଦ କରିବା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି । ଏନେଇ ପୂର୍ବରୁ ବ୍ଲୁ ପ୍ରିଣ୍ଟ ସରିଛି । ଆଜି ଠାରୁ ମନ୍ଦିର ଚାରିପାଖରେ ସର୍ଭେ ଆରମ୍ଭ କରାଯିବ । ସୂଚନା ଅନୁସାରେ ଆଜି କାଲି ୨ ଦିନ ଧରି ମନ୍ଦିର ସର୍ଭେ କରାଯିବ । ଆଗ ବାହାର କରାଯିବ ମନ୍ଦିରର କେତେ ଜମି ଜବର ଦଖଲ କାରିଙ୍କ କବଳରେ ରହିଛି । ପରେ ସେହିସବୁ ଯାଗାକୁ ଉପଯୁକ୍ତ ଭାବେ ଚିହ୍ନଟ କରି ଉଚ୍ଛେଦ କରାଯିବ ।
ଭୁବନେଶ୍ୱର ମହାନଗର ନିଗମ, ଭୁବନେଶ୍ୱର ଉନ୍ନୟନ କତ୍ତୃପକ୍ଷ, ସାଧାରଣ ପ୍ରଶାସ ବିଭାଗ ଓ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନର ମିଳିତ ସହଯୋଗରେ ଏହି ସର୍ଭେ କରାଯିବ । ପ୍ରଥମେ ଅନୁଧ୍ୟାନ କରାଯିବ ମନ୍ଦିର ଚାରି କଡରେ କେତେ ସ୍ଥିତିବାନ ପ୍ଲଟ ରହିଛି ତାହା ମଧ୍ୟ ଚିହ୍ନଟ କରାଯିବ । ସୂଚନାଯୋଗ୍ୟ ଏହି ନିକଟରେ ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀ ଚାରି କଡରୁ ୭୫ ମିଟର ପରିବ୍ୟାପ୍ତ ଅଞ୍ଚଳରୁ ଜବର ଦଖଲ ଉଚ୍ଛେଦ କରାଯାଇଛି । ଏନେଇ ମାମଲା ମଧ୍ୟ ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ସୁପ୍ରିମ କୋର୍ଟଙ୍କ ନିର୍ଦେଶରେ ଆମିକସ କ୍ୟୁରୀ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଶ୍ରୀକ୍ଷେତ୍ର ଗସ୍ତ କରିଥିଲେ ।