ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୂଚାପ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେଇ ତାମିଲନାଡୁ ଏବଂ ପୁଡ଼଼ୁଚେରୀ ଉପକୂଳ ଛୁଇଁବ । ଓଡ଼ିଶା ପ୍ରତି ବିପଦ ନଥିଲେ ବି ୨୫ ତାରିଖରୁ ପ୍ରବଳ ବର୍ଷା ହେବ ବୋଲି ବିଭିନ୍ନ ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି ଏସ.ଆର, ସି ।
ଏହା ପରେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରି ୨୫ ତାରିଖ ଅପରାହ୍ନ ସୁଦ୍ଧା କରାଇକାଲ୍ ଓ ମାଲ୍ଲାପୁରମ ଦେଇ ଭୀଷଣ ବାତ୍ୟା ରୂପରେ ତାମିଲନାଡ଼ୁ ଓ ପୁଡ଼ୁଚେରି ଉପକୂଳ ଦେଇ ଅତିକ୍ରମ କରିବ । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ଜିଲ୍ଲା ଗୁଡ଼ିକରେ ବର୍ଷାହେବ । ୨୫ ଓ ୨୬ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ର ସମ୍ଭାବନା ରହିଛି ।
ମାଲକାନଗିରି , ରାୟଗଡ଼ା, କୋରାପୁଟ, ଗଜପତି , ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାଣ୍ଣିଂ ଜାରି କରାଯାଇଛି ।ମତ୍ସ୍ୟଜୀବି ମାନଙ୍କୁ ସମୁଦ୍ର କୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ଖସିବା ସହ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ କୁହୁଡ଼ି ଦେଖାଦେବ ।