ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏଥର ରଥ ଯାତ୍ରାରେ ଗୁଣ୍ଡିଚା, ବାହୁଡା ଓ ସୁନାବେଶ ଦେଖିବାକୁ ଗଲାବେଳେ ଆଉ ଟୋଲ ପିପିଲି ଟୋଲ୍ ଫି ଦେବାକୁ ପଡିବ ନାହିଁ । ଆଜି ଏନେଇ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ରଥଯାତ୍ରା ପାଇଁ ତିନି ଦିନ ପାଇଁ ଟୋଲ ଗେଟ୍ ଫ୍ରି ହେବ । ସେହିଭଳି ସୁରକ୍ଷା ଦୃଷ୍ଟିରୁ ଜାତୀୟ ରାଜପଥରେ ୫ଟି ଆମ୍ବୁଲାନ୍ସ ରହିବ । ଜୁଲାଇ ୩ରୁ ୧୫ ତାରିଖ ପର୍ୟ୍ୟନ୍ତ ଆମ୍ବୁଲାନ୍ସ ସେବା ରହିବ ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶେଷ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସମସ୍ତଙ୍କ ସହଯେ।ଗରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ସଫଳ ହେବ ବେ।ଲି କହିଛନ୍ତି ନବୀନ । ଅନ୍ୟପଟେ ରଥାଯାତ୍ରାକୁ ସୁରୁଖୁରରେ ଶେଷ କରିବାକୁ ପୁରୀ ଜିଲ୍ଲା ପ୍ରଶାସନ ଜୋରଦାର ପ୍ରସ୍ତୁତି କରିଛି । ପିଇବା ପାଣି ପାଇଁ ୩୨ ଟି ଟ୍ୟାଙ୍କର, ୫୦୦ଟି ଅସ୍ଥାୟୀ ଶୌଚାଳୟ. ୩୦ଟି ସରକାରୀ ଆମ୍ବୁଲାନ୍ସ ସଜାଗ ରହିବ ବୋଲି ସୂଚନା ମିଳିଛି ।
କେବଳ ସେତିକି ନୁହେଁ ବିଜୁଳି ଓ ଡ୍ରେନ୍ କାର୍ୟ୍ୟର ତଦାରଖ ପାଇଁ ୨ ହଜାର ସରକାରୀ କର୍ମଚାରୀଙ୍କୁ ମୁତୟନ କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ୪ ଜଣ ଆଇଜିଙ୍କୁ ଦାୟିତ୍ୱ ଦିଆଯାଇଛି । ୧୫୫ ପ୍ଲାଟୁନ ସମେତ ୧୦ ହଜାର ପୋଲିସ ଏଥର ରଥ ଯାତ୍ରାରେ ମୁତୟନ ହେବେ ବୋଲି ସୂଚନା ମିଳିଛି ।