ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଇ-ଫାର୍ମାସି ଜରିଆରେ ଔଷଧ ବିକ୍ରିକୁ ବିରୋଧ କରି ଆସନ୍ତାକାଲି ରାଜ୍ୟର ସମସ୍ତ ଔଷଧ ଦୋକାନ ବନ୍ଦ ରହିବ । ଏନେଇ ସର୍ବଭାରତୀୟ ଔଷଧ ବ୍ୟବସାୟୀ ସଂଗଠନ ଅଲ୍ ଇଣ୍ଡିଆ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି ।
ଇ-ଫାର୍ମାସି ଔଷଧ ବିକ୍ରି ଯୋଗୁଁ ଛୋଟ ମୋଟ ଔଷଧ ଦୋକନ ଠାରୁ ଆରମ୍ଭ କରି ହୋଲସେଲ ଗୋଦାମ ପର୍ଯ୍ୟନ୍ତ ସମସ୍ତ ବ୍ୟବସାୟୀଙ୍କୁ ଅନେକ କ୍ଷତି ସହିବାକୁ ପଡୁଛି । ଏହାକୁ ବିରୋଧ କରି ୨୪ ଘଂଟିଆ ଏହି ବନ୍ଦ ଡାକରାରେ ଉକ୍ରଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସ୍ ମଧ୍ୟ ସମର୍ଥନ କରିଛି ।
ରାଜ୍ୟର କୋଣ ଅନୁକୋଣରେ ଥିବା ସର୍ବମୋଟ୨୨ ହଜାର ଔଷଧ ଦୋକାନ ବନ୍ଦ ରହିବ । କିନ୍ତୁ ଜରୁରୀ କାଳୀନ ପରିସ୍ଥିତିରେ ରୋଗୀଙ୍କୁ ସେବା ଯୋଗାଇ ଦେବା ପାଇଁ ସମସ୍ତ ଡାକ୍ତରଖାନା ପରିସରରେ ଔଷଧ ଦୋକାନ ଖୋଲା ରହିବ ।