ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏନଡିଏ ସରକାରଙ୍କ ବିରୋଧରେ ପ୍ରତିବାଦ କରି ଶ୍ରମିକ ସଂଗଠନ ପକ୍ଷରୁ ଆସନ୍ତାକାଲି ୨୪ଘଟିଆ ବନ୍ଦ ଡାକରା ଦିଆଯାଇଛି । ୧୨ଦଫା ପୂରଣ ପ୍ରତିବାଦରେ ହେଉଥିବା ଏହି ବନ୍ଦ ଯୋଗୁଁ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ଗୁଡିକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ତେବେ ଆସନ୍ତାକାଲି ରାଜ୍ୟରେ ହେବାକୁ ଥିବା ବିଭିନ୍ନ ପରୀକ୍ଷା ମଧ୍ୟ ଘୁଞ୍ଚାଇ ଦିଆଯାଇଛି । ଅନ୍ୟପଟେ ଉତ୍କଳ ବିଶ୍ୱ ବିଦ୍ୟାଳୟରେ କାଲି ହେବାକୁ ଥିବା ପରୀକ୍ଷା ସବୁକୁ ବାତିଲ କରି ଦିଆଯାଇଛି ।
ବନ୍ଦ ସମୟରେ ଯେପରି କିଛି ଅଘଟଣ ନଘଟିବ ସେଥି ନିମନ୍ତେ ରାଜଧାନୀରେ ୧୫ ପ୍ଲାଟୁନ ପୋଲିସ ଫୋସ ମୁତୟନ କରାଯାଇଛି । ବନ୍ଦର ପ୍ରଭାବରେ ସାରା ଦେଶରେ ରେଳ ଓ ବ୍ୟାଙ୍କ ସହ ବିଭିନ୍ନ ସେବା ପ୍ରଭାବିତ ହେବ । ବନ୍ଦ ସମୟରେ ଜରୁରୀକାଳୀନ ସେବା ଗୁଡିକୁ ବାଦ ଦିଆଯାଇଛି । କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ସ୍ୱାଧୀନ ଫେଡରେସନର ମିଳିତ ମଞ୍ଚ ଏହି ଧର୍ମଘଟର ଡାକରା ଦେଇଛି । ଦେଶରେ ବଢୁଥିବା ବେକାର, ବେରୋଜଗର, ଶ୍ରମ ଆଇନ କୋ ଅଡିଫିକେସନ, ଦରଦାମ ବୃଦ୍ଧି, ସର୍ବନିମ୍ନ ବେତନ ବୃଦ୍ଧି , ସାମାଜିକ ସୁରକ୍ଷା ଭଳି ୧୨ ଦଫା ଦାବିକୁ ନେଇ ୨୪ ଘଟିଆ ବନ୍ଦ ଡାକରା ଦିଆଯାଇଛି । ଏହି ମଞ୍ଚ ବନ୍ଦ ପାଳନ ସମୟରେ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଛି ।