ସମ୍ବଲପୁର(ଏଟିଆର ବ୍ୟୁରୋ): ବିଭିନ୍ନ ଦାବିକୁ ନେଇ ଆସନ୍ତା କାଲି ୧୨ ଘଣ୍ଟିଆ ପଶ୍ଚିମ ଓଡିଶା ବନ୍ଦ ଡାକରା ଦିଆଯାଇଛି । ପଶ୍ଚିମ ଓଡିଶାରେ ହାଇକୋର୍ଟ ପ୍ରତିଷ୍ଠା, କେନ୍ଦ୍ର ଓ ରାଜ୍ୟ ସରକାର ପଶ୍ଚିମ ଓଡିଶାକୁ ଅଣଦେଖା କରିବାକୁ ନେଇ ପଶ୍ଚିମ ଓଡିଶା ବନ୍ଦ ଡାକରା ଦିଆଯାଇଛି । ଗତକାଲି ବନ୍ଦକୁ ସଫଳ କରିବା ପାଇଁ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ଏକ ବାଇକ ରାଲି କରି ଜନସାଧାରଣଙ୍କୁ ବନ୍ଦ ବାବଦରେ ଅବଗତ କରାଇଛନ୍ତି ।
ଆସନ୍ତା କାଲି ସକାଳ ୬ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ । ଜରୁରୀ କାଳୀନ ସେବାକୁ ଛାଡି ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ରେଲ, ବସ ପକେଟିଂ ମାଧ୍ୟମରେ ବନ୍ଦ କରାଯିବ ବୋଲି ସୂଚନା ଦେଇଛନ୍ତି ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଭାପତି ।