ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଶୁକ୍ରବାର ଠାରୁ ସ୍ଥାନୀୟ ଜନତା ମଇଦାନରେ ଆରମ୍ଭ ହେବାକୁ ଯାଉଛି ତ୍ରୟୋଦଶ ତୋଷାଳି କ୍ରାଫ୍ଟ ମେଳା । ଦୀର୍ଘ ୧୩ ଦିନ ଧରି ଚାଲିବକୁ ଥିବା ବେଳେ ଏଥିରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ୩୫୦ ବୁଣାକାର ଏବଂ କାରିଗର ଭାଗ ନେବେ । ଏଥିରେ ୩୫୦ରୁ ଅଧିକ ଷ୍ଟଲ ବସିବ ବୋଲି ସୂଚନା ଦେଇଛି କମିଟି । ତେବେ ଦର୍ଶକଙ୍କ ମନମୋହିବା ପାଇଁ ପଡିଆକୁ ତନ୍ତୁକୃତି ଥିମରେ ପରିକଳ୍ପନା ଆଧାରରେ ସଜାଯିବ । ସେପଟେ ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ଦର୍ଶକଙ୍କୁ ମତୁଆଲା କରିବା ପାଇଁ ବଲିଉଡ ଏବଂ ଓଲିଉଡ କଳାକାର ଏବଂ ଗାୟକ ଗାୟିକାମାନେ ଯୋଗ ଦେବେ ଦେବେ ବୋଲି ଏକ ପ୍ରେସ ମିଟ କରି ସୂଚନା ଦେଇଛି କମିଟି ।
ଗତ ବର୍ଷ ୨୦ କୋଟି ଟଙ୍କାର ବେପାର ହୋଇଥିବା ବେଳେ ଏବର୍ଷ ୨୫ କୋଟି ବେପାର କରାଯିବ ବୋଲି ଆଶା ରଖିଛି କମିଟି । ତେବେ ଗ୍ରାହାକଙ୍କ ମନମୋହିବା ପାଇଁ ନୂଆ ନୂଆ ସାମଗ୍ରୀ ଏବଂ ହାତ ତିଆରି ଜିନିଷ ସବୁ ନେଇ ଆସିବେ ବୁଣାକାରମାନେ ।