କୋଣାର୍କ (ଏଟଇଆର ବ୍ୟୁରୋ): ପର୍ଯ୍ୟଟନ କ୍ଷେତ୍ରରେ ଓଡିଶା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ଲାଗିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବା ସହ ପର୍ଯ୍ୟଟନ କ୍ଷେତ୍ରରେ ବିଭିନ୍ନ ବିକାଶ କରାଯାଉଛି । କୋଣାର୍କର ଚନ୍ଦ୍ରଭାଗାଠାରେ ଆୟୋଜିତ ହୋଇଥିବା ଇକୋ ରିଟ୍ରିଟ କୁ ଦେଶ ତଥା ଦେଶ ବାହାରରୁ ବିଭିନ୍ନ ପର୍ଯ୍ୟଟକ ଆସିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଭରପୂର ଉପଭୋଗ କରୁଥିବାର ଦେଖିବାକୁ ମିଳୁଛି । ତେବେ ସମଗ୍ର ଦେଶରେ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ ସମସ୍ତ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀଙ୍କ ୨ ଦିନିଆ ମହାସମ୍ମୀଳନୀ ଇକୋ ରିଟ୍ରିଓ ଠାରେ ଅନୁଷ୍ଠିତ ହେବାକୁ ଯାଉଛି ।
ଆସନ୍ତା ୨୩ ଓ ୨୪ ତାରିଖରେ ଚନ୍ଦ୍ରଭାଗା ଇକୋ ରିଟ୍ରିଟରେ ସମ୍ମିଳନୀ ଆୟୋଜିତ କରାଯିବ । ଏଥିରେ ସମସ୍ତ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ବିଭାଗୀୟ ସଚିବ ସାମିଲ ହେବେ ।ଏହି ସମ୍ମିଳନୀରେ ପର୍ଯ୍ୟଟନର ବିକାଶ ନେଇ ଆଲୋଚନା କରାଯିବାର ସୂଚନା ମିଳୁଛି । ଅନ୍ୟପଟେ ଓଡିଶା ସାରା ଦେଶରେ ପର୍ଯ୍ୟଟନ କ୍ଷେତ୍ରରେ ସର୍ବଶ୍ରେଷ୍ଠ ସ୍ଥାନ । ସମଗ୍ର ଭାରତ ପାଇଁ ଓଡିଶା ପର୍ଯ୍ୟଟନ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସହାୟକ ହେବ ବୋଲି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି ।