ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମହାମାରୀ କରୋନା ପାଇଁ ଦୀର୍ଘ ୬ ମାସ ହେବ ଓଡିଶାର ସମସ୍ତ ପର୍ଯ୍ୟଟନ କ୍ଷେତ୍ର ବନ୍ଦ ରହିଛି । ଯାହାଫଳରେ ପର୍ଯ୍ୟଟନ ବିଭାଗ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏହାକୁ ଦୃଷ୍ଟିର ରଖି ଅକ୍ଟୋବର ମାସରୁ ପର୍ଯ୍ୟଟନସ୍ଥଳୀ ଖୋଲିବାର ନିଷ୍ପତି ନେଇଛନ୍ତି ସରକାର । ଏନେଇ ସୂଚନା ଦେଇଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ।
ଶ୍ରୀ ପାଣିଗ୍ରାହୀ କହିଛନ୍ତି କି, କରୋନା ପାଇଁ ପର୍ଯ୍ୟଟନ ବିଭାଗ ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । ସେଥିପାଇଁ ଅକ୍ଟୋବର ମାସରୁ ପର୍ଯ୍ୟଟନସ୍ଥଳୀମାନ ଖୋଲିବା ପାଇଁ ଯୋଜନା କରାଯାଇଛି । ମାତ୍ର ଶ୍ରୀମନ୍ଦିର ଖୋଲିବା ନେଇ ମନ୍ଦିର ପ୍ରଶାସନ ଓ ଆଇନ ବିଭାଗ ନିଷ୍ପତି ନେବେ ବୋଲି ମନ୍ତ୍ରୀ କହିଛନ୍ତି ।