ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଆଜିଠୁ ଆରମ୍ଭ ହେବ ୨୦୨୧ ଭାରତୀୟ ଖେଳଣା ମେଳା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ଏହାର ଉଦଘାଟନ କରିବେ । ଆମô୍ନିର୍ଭର ଭାରତ କାର୍ଯ୍ୟକ୍ରମ ଅଧୀନାରେ ଏହା ପ୍ରଥମ ଖେଳନା ବାଣିଜ୍ୟମେଳା ହେବ ।ଶିଶୁର ମନର ବିକାଶରେ ଖେଳନା ଏକ ଗୂରୂତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥାଏ । ଖେଳନା ସାମଗ୍ରୀ ଶିଶୁର ବିକାଶରେ ସହାୟକ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତରେ ଖେଳନା ତିଆରି ଉପରେ ଗୁରୁତ୍ୱ ଦେଇଛନ୍ତି ।
ଏହି ମେଳା ଦ୍ୱାରା ଭାରତୀୟ ଖେଳନା ଗୁଡିକ ପ୍ରତି ଚାହିଦା ବୃଦ୍ଧି ପାଇବା ସହ ଦେଶର ଖେଳନା ଶିଳ୍ପର ବିକାଶ ମଧ୍ୟ ହେବ । ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଏହି ଭାରତୀୟ ଖେଳନା ମେଳା ଆୟୋଜିତ ହେବ । ମେଳାରେ ଅଂଶଗ୍ରହଣ କରିଥିବା ସମସ୍ତ ବିକ୍ରେତା ,ବିଦ୍ୟାର୍ଥୀ , ଶିକ୍ଷକ ,ଡିଜାଇନର ଖେଳନା ଉପରେ ନିଜ ନିଜ ର ମତ ରଖିବେ ।
ଏଥିରେ ଭାରତୀୟ ପାରମ୍ପରିକ ଖେଳନା ବ୍ୟତୀତ ଆଧୁନିକ ଖେଳନା ଯେପରିକି ଇଲେକଟ୍ରନିକ ଖେଳନା , ପଜଲ , ଓ ଗେମସ ଖେଳନା ପଦର୍ଶିତ ହେବ । ଏହି ପଜଲ ଡିସକସଦରେ ବହୁ ଜାତୀୟ ଓ ଆନ୍ତର୍ଜାତୀୟ ବକ୍ତା ଭାଗ ନେବେ ।