ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୁଣି ନନ୍ଦନକାନନରେ ଟୟ ଟ୍ରେନର ମଜା ନେବେ ପର୍ଯ୍ୟଟକ । ଆଜିଠୁ ଗଡିବ ଟୟ ଟ୍ରେନ । ଏହି ଟ୍ରେନ ସକାଳ ୧୦ ଟା ରୁ ଅପରାହ୍ୱ ୪ଟା ଯାଏଁ ଗଡିବ । ପ୍ରତି ଏକ ଘଣ୍ଟା ବ୍ୟବଧାନରେ ଟ୍ରେନ ଗଡିବ । ୬ ରାଉଣ୍ଡ ବୁଲିବ ଟ୍ରେନ ।
ଏହି ଟୟ ଟ୍ରେନରେ ୪ ଟି ବଗି ରହିଛି । ଏଥିରେ ୭୨ ଜଣ ପର୍ଯ୍ୟଟକ ବସି ପାରିବେ । ଏହି ବଗିମାନଙ୍କରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଟୟ ଟ୍ରେନରେ ପ୍ରାଣୀ ଉଦ୍ୟାନ ବୁଲିବା ପାଇଁ ଟ୍ରେନ ଗଡିବାର ଅଧଘଣ୍ଟା ଆଗରୁ ଟିକେଟ କାଟିବାକୁ ପଡିବ ।
କିଛି ଦିନ ପୂର୍ବେ ନନ୍ଦନକାନନରେ ଟୟ ଟ୍ରେନ ସେବା ଆରମ୍ଭ ହୋଇଥିଲା ହେଲେ ଟ୍ରେନରେ ସର୍ଟ ସର୍କିଟ ହୋଇ ଅଘଟଣ ଘଟିଥିଲା । ଏହାପରେ ଟୟ ଟ୍ରେନ ସେବା ବନ୍ଦ କରି ଦିଆଯାଇଥିଲା ।