ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଗତ ସେପ୍ଟେମ୍ବର ମାସ ଠାରୁ ସାରା ଦେଶରେ ନୂଆ ଟ୍ରାଫିକ ନିୟମ ଲାଗୁ କରାଯାଇଥିଲା । ଏହି ନିୟମ ଲାଗୁ ହେବା ଦିନ ଠାରୁ ଲୋକ ମାନେ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡିଥିଲା । ଓଡିଶାରେ ମଧ୍ୟ ସମାନ ପରିସ୍ଥିତି ଦେଖା ଯାଇଥିଲା । ଏମିତିକି ଟ୍ରାଫିକ ତଣ୍ଡ ଦେବାକୁ ନେଇ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ବହୁ ଜାଗାରେ ଖଣ୍ଡ ଯୁଦ୍ଧ ହୋଇଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଏହାକୁ ନଜରରେ ରଖି ରାଜ୍ୟ ସରକାର ନୂଆ ଟ୍ରାଫିକ ନିୟମକୁ ୩ ମାସ ପର୍ଯ୍ୟନ୍ତ କୋହଲ କରିଥିଲେ । ତେବେ ଗତ ଡିସେମ୍ବର ମାସ ପହିଲାରୁ ଏହି ସମୟ ସୀମା ଶେଷ ହୋଇଛି । ଏହା ପରେ ପୁଣି ଟ୍ରାଫିକ ନିୟମକୁ କଡାକଡି କରାଯାଇଥିଲା । ତେବେ ୧୮ ବର୍ଷରୁ କମ ବୟସର ପିଲା ମାନେ ବିନା ଲାଇସେନ୍ସ ଗାଡି ଚଳାଇବାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଟ୍ରାଫିକ ପୋଲିସ । ପୋଲିସ ୧ନଂ କେନ୍ଦ୍ରୀୟ ବିଦ୍ୟାଳୟ ନିକଟରୁ ପିଲାମାନେ ଆଣିଥିବା ଗାଡି ଉଠାଇନେଇଛି ।
ଏହା ପୂର୍ବରୁ ଟ୍ରାଫିକ ଡିସିପି ସାଗରିକା ନାଥ ପିଲା ମାନଙ୍କୁ ସଚେତନ କରାଇଥିଲେ । ଏହା ପରେ ବି ପିଲା ମାନେ ଲାଇସେନ୍ସ ନ ଥାଇକି ବି ଗାଡି ନେଇ ସ୍କୁଲ ଆସୁଥିଲେ । ତେବେ ଆଜି ଟ୍ରାଫିକ ପୋଲିସ ଏହାକୁ ନେଇ ଆକ୍ସନ ମୋଡକୁ ଆସିଛି । ପୋଲିସ ସ୍କୁଲ ବାହାରେ ଚଢାଉ କରି ଗାଡି ଉଠାଇ ନେଇଛି । ତେବେ ଏହା ପରେ ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନଙ୍କୁ ଖବର ଦିଆଯାଇଥିଲା । ଅଭିଭାବକ ମାନେ ଆସି ପୋଲିସଙ୍କ ପାଖରୁ ଗାଡି ନେଉଥିବାର ସୂଚନା ମିଳିଛି । ସୂଚନ ଯୋଗ୍ୟ ଥାଉକି ନୂଆ ଟ୍ରାଫିକ ନିୟମ ଅନୁସାରେ ବିନା ଲାଇସେନ୍ସରେ ୧୮ ବର୍ଷରୁ କମ ପିଲା ଗାଡି ଚଳାଇଲେ ୧୦ ହଜାର ଟଙ୍କା ଫାଇନ ସହ ଅଭିଭାବକଙ୍କୁ ଜେଲଦଣ୍ଡର ପ୍ରାବଧାନ ରହିଛି ।