ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଡିସେମ୍ବର ୧ରୁ ଅର୍ଥାତ କାଲି ଠାରୁ ପୁଣି କଡାକଡି ଭାବେ ଲାଗୁ କରାଯିବ ନୂଆ ଟ୍ରାଫିକ ନିୟମ । ରାଜ୍ୟରେ ସରକାର ଟ୍ରାଫିକ ନିୟମକୁ ପୁଣି ତିନିମାସ କୋହଳ କରିଛନ୍ତି ସତ କିନ୍ତୁ କିଛି ସର୍ତ୍ତମଧ୍ୟ ରଖି ଦେଇଛନ୍ତି । ଖାଲି ଗାଡି କାଗଜ ପତ୍ର ଓ ଲାଇସେନ୍ସ କ୍ଷେତ୍ରରେ ନିୟମକୁ କୋହଳ କରାଯାଇଥିବା ବେଳେ ଟ୍ରାଫିକ ନିୟମ ଭାଙ୍ଗିଲେ ଦେବାକୁ ପଡିବ ଜରିମାନା । ହେଲେ ଯଦି ଆପଣ ଭାବୁଛନ୍ତି ଟ୍ରାଫିକ ନିୟମ ଭଙ୍ଗିବା ସହ ଜୋରିମାନା ନଦେବା ପାଇଁ ଟ୍ରାଫିକ ଅଧିକାରୀଙ୍କ ସହ ଯୁକ୍ତିତର୍କ ବିନା ଜୋରୀମାନାରେ ଖସି ଯିବେ ବୋଲି ତାହାଲେ ଆପଣ ଭୁଲ ଭାବୁଛନ୍ତି ।
ଟ୍ରାଫିକ ଅଧିକାରୀ ନଧରିଲେ ମଧ୍ୟ ଦେବାକୁ ପଡିବ ଜୋରୀମାନା । ଏ କଥା ଆମେ କହୁନୁ ବଂର ଖୋଦ ଟ୍ୱିନ ସିଟି ପୁଲିସ କମିଶନ ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତିି । ତାଙ୍କ କହିବା ଅନୁଯାୟୀ , ଏଣିକି ନିୟମ ଭାଙ୍ଗିଲେ ଦେବାକୁ ପଡିବ ଜୋରୀମାନା । ଖିଲାପୀକାରୀ ଯଦି ଜୋରୀମାନା ନଦେଉଛି ତେବେ ଆରଟିଓ ଅଫିସରେ ଖାତାରେ ଗଡୁଥିବା ଜରିମାନା ସୁଧ ସହ ଦେବାକୁ ପଡିବ । ଖିଲାପୀକାରୀଙ୍କ ସିସିଟିଭି ସାହାର୍ଯ୍ୟରେ ଚିହ୍ନଟ କରାଯିବା ସହ ତାଙ୍କ ନିକଟକୁ ଚାଲଣ ପଠାଯିବ । ତେଣୁ ସମସ୍ତ ନିୟମମାନୀବା ସହ ଯାତାୟତ କରିବାକୁ ଟ୍ୱିନ ସିଟି ପୁଲିସ କମିଶନ ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ।