ବାଲେଶ୍ୱର (ଏଟିଆର ବ୍ୟୁରୋ); ଦୂରନ୍ତ ଏକ୍ସପ୍ରେସ ଟ୍ରେନ ଚକାତଳେ ଚାଲିଗଲା ବାପା ଏବଂ ପୁଅର ଜୀବନ । ଟ୍ରେନ ଲାଇନ ପାର ହେଉଥିବା ବେଳେ ଧକ୍କା ଦେଇଥିଲା ଦୂରନ୍ତ ଏକ୍ସପ୍ରେସ । ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଛି । ମୃତକ ବାପା-ପୁଅ ହେଲେ ପାର୍ଥ ଏବଂ କ୍ଷିତିଶ । ତାଙ୍କ ଘର ଯାଜପୁର ଅଞ୍ଚଳରେ ବୋଲି ଜଣାପଡିଛି । ରେଲୱେ ପୋଲିସ ଖବର ପାଇବା ପରେ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି ।
ସୂଚନା ଅନୁଯାୟୀ ପାର୍ଥ ରାଜୁଙ୍କ ପରିବାର ରୂପସା ଟ୍ରେନ ଲାଇନ ସାଇଟରେ ରହୁଥିଲେ । ଦିନ ମଜୁରୀ କାମ କରି ପରିବାର ଚଳୁଥିଲା । ଏମାନେ ଟ୍ରେନ ଲାଇନ କଡରେ ରହୁଥିବାରୁ ସବୁବେଳେ ଟ୍ରାକକୁ କ୍ରସ କରୁଥିଲେ । ମାତ୍ର ଶନିବାର ଅତିକ୍ରମ ଥିଲା ଶେଷ । ଦିନ ୨ଟା ବେଳେ ବାପା ପୁଅ ଧାରଣା ଅତିକ୍ରମ କରୁଥିବା ବେଳେ ହଠାତ ଧକ୍କା ଦେଇଥିଲା ଦୂରାନ୍ତ ଏକ୍ସପ୍ରେସ । ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଲୋକଙ୍କ ଗହଳି ଲାଗି ଯାଇଥିଲା । ଖବର ପାଇ ରେଳବାଇ ପୋଲିସ ଆସି ଉଭୟଙ୍କ ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ବାଲେଶ୍ୱର ପଠାଇ ଦେଇଛି ।