ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ନୂତନ କୃଷି ସଂଗଠନ ପକ୍ଷ୍ରୁ ଆଜି ଦେଶବ୍ୟାପୀ ୪ ଘଣ୍ଟିଆ ରେଳରୋକ ଆନ୍ଦୋଳନ ବନ୍ଦ ଡାକରା ଦେଇଛି । ୪୦ଟି କୃଷକ ସଂଗଠନ ନେତୃତ୍ୱ ନେଉଥିବା କିଷାନ ମୋର୍ଚ୍ଚା ଏହି ରେଳରୋକ ଆନ୍ଦୋଳନ ଡାକରା ଦେଇଛି ।
ରେଳରୋକ କୁ ଦୃଷ୍ଟିରେ ରଖି ଆରପିଏଫ ୨୦ ଅତିରିକ୍ତ କମ୍ପାନୀ ରାଜ୍ୟକୁ ମୁତୟନ ହୋଇଛନ୍ତି । ରେଳରୋକ ପାଇଁ ପଶ୍ଚିମବଙ୍ଗ ,ଉତ୍ତର ପ୍ରଦେଶ , ପଂଜାବ ଓ ହରିଆନାକୁ ଦୃଷ୍ଟିରେ ରଖାଯାଇଛି । ଏନେଇ ବିକେୟୁ ମୁଖପାତ୍ର ରାକେଶ ଟିକାଏତ ସୂଚନା ଦେଇଛନ୍ତି ।
ସାରା ଭାରତରେ ୪ ଘଣ୍ଟା ପାଇଁ ରେଳରୋକ କରିବେ ଆନ୍ଦୋଳନରତ ଚାଷୀ । ମଧ୍ୟାହ୍ନ ୧୨ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ସମସ୍ତ ରେଳ ଲାଇନରେ ଧାରଣା ଦେଇ ରେଳ ଚଳାଚଳ ବନ୍ଦ କରିବେ କୃଷି ସଂଗଠନ ।ଏହି ଆନ୍ଦୋଳନକୁ ଶାନ୍ତପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ନିର୍ଦ୍ଦେଶ ରହିଛି ।
କୃଷିନେତା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ କୃଷି ଆଇନକୁ ନେଇ କଥା ହୋଇଥିଲେ ମଧ୍ୟ ଏହାର କୈାଣସି ସମାଧାନ ହୋଇପାରିନଥିଲା । ତେବେ ଏହି ଆନ୍ଦୋଳନ ବେଳେ ଯାତ୍ରୀମାନେ ଯେପରି କୈାଣସି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି କହିଛନ୍ତି ।