ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆସନ୍ତା ଜୁନ୍ ପହିଲାରୁ ୨ଶହ ଯାତ୍ରୀବାହୀ ଟ୍ରେନ ଚାଲିବ । ଏନେଇ ଗତକାଲି ଠାରୁ ଅନଲାଇନରେ ଟିକେଟ ବୁକିଂ ଆରମ୍ଭ ହୋଇଛି । ସେହିପରି ଆଜିଠୁ ଦେଶର କିଛି ନିର୍ଦ୍ଦିଷ୍ଟ କାଉଣ୍ଟରରେ ରିଜର୍ଭେସନ ଟ୍ରେନ ଟିକେଟ ମିଳିବ । କେବଳ ରେଳବାଇର ନିର୍ଦ୍ଦେଶ ପାଇଥିବା ଷ୍ଟେସନ ଗୁଡିକରେ ହିଁ ଟିକେଟ ଉପଲବ୍ଧ ହେବ । ତେବେ ଲୋକ ମାନେ ଟିକେଟ କରିବା ପାଇଁ ଆସିବାକୁ ଥିବା ଲୋକ ମାନଙ୍କ ପାଇଁ ସାମାଜିକ ଦୂରତା ଓ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଅନ୍ୟପଟେ ଆଜିଠାରୁ କମନ ସର୍ଭିସ ସେଣ୍ଟରରେ ରିଜର୍ଭ ଟିକେଟ ମିଳିବ । ଏନେଇ ରେଳବାଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାକୁ ନେଇ ଇଷ୍ଟକୋଷ୍ଟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ନିର୍ଦ୍ଦେଶ ଅନୁସାରେ ଖୋର୍ଦ୍ଧା ରୋଡ ଡିଭିଜନର ୧୨ଟି ଷ୍ଟେସନରେ ଟିକେଟ କାଉଣ୍ଟର ଖୋଲିବ । ସେଗୁଡିକ ହେଲା ଭୁବନେଶ୍ୱର, କଟକ, ଯାଜପୁର,ପୁରୀ, ବାଲୁଗାଁ, ବ୍ରହ୍ମପୁର, ଭଦ୍ରକ, ଛତ୍ରପୁର, ପଲାସା, ସୋମପେଟା, ଇଚ୍ଛାପୁରମ, କେନ୍ଦୁଝର ରୋଡରେ ଲୋକ ମାନେ ରିଜର୍ଭ ଟିକେଟ କାଉଣ୍ଟରରୁ ପାଇପାରିବେ । କେବଳ ନନ୍-କଶ୍ୟା ପିଆରଏସ ଟିକେଟ କାଉଣ୍ଟରରେ ମିଳିବ । ସୂଚନାଯୋଗ୍ୟା କରୋନା ମହାମାରୀର ମୁକାବିଲା କରିବା ପାଇଁ ମାର୍ଚ୍ଚ ଶେଷ ସପ୍ତାହରୁ ଦେଶରେ ସମସ୍ତ ଟ୍ରେନ ଚଳାଚଳ ବନ୍ଦ କରାଯାଇଥିଲା । ଏବେ ଧୀରେ ଧୀରେ ସ୍ଥିତି ସ୍ୱଭାବିକ ହେବାରୁ ରେଳ ଚଳାଚଳ କରିବା ପାଇଁ ରେଳ ମନ୍ତ୍ରାଣାଳୟ ପକ୍ଷରୁ ନିଷ୍ପତି ନିଆଯାଇଛି ।