ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ଠାରୁ ବିଧାୟକ ମାନଙ୍କ ୨ ଦିନିଆ ଟ୍ରେନିଂ ଆରମ୍ଭ ହୋଇଛି । ଆଜି ଓ କାଲି ଏହି ଦୁଇଦିନ ଧରି ବିଧାୟକ ମାନେ ବିଧାନସଭା ଓ ବିଧାୟକ ମାନଙ୍କ କର୍ତ୍ତବ୍ୟ , ବ୍ୟବହାର ଓ ଲୋକଙ୍କ ଅସୁବିଧା କିଭଳି ଗୃହରେ ଉପସ୍ଥାପନ କରିବେ ସେ ନେଇ ଟ୍ରେନିଂ ନେବେ । ବିଧାନସଭା ନୂତନ ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି । ବିଧାୟକ ମାନଙ୍କୁ ତାଲିମ ଦେବା ପାଇଁ ୬ ଜଣିଆ ଅଧିକାରୀ ଓଡିଶା ଆସିଛନ୍ତି । ଏହି ଅଧିକାରୀମାନେ ବିଧାୟକ ମାନଙ୍କୁ ପ୍ରଶିକ୍ଷଣ ଦେବେ ।
ବିଧାନସଭାରେ ନିଜ ମତ କିଭଳି ରଖିବେ,ଆଚରଣ ଉଚ୍ଚାରଣ,ସଂସଦୀୟ ବ୍ୟାପାର ,ଭାରତର ସମ୍ବିଧାନ,ବିଧାସଭାର ନିୟମାବଳୀ,ବିଧାୟକଙ୍କ କର୍ତ୍ତବ୍ୟ, ଉପରେ ଏହି ଦୁଇ ଦିନିଆ କର୍ମଶାଳା ରେ ତାଲିମ ଦିଆଯିବ । କାର୍ଯ୍ୟକ୍ରମ ଉଦଘାଟନରେ ବାଚଷ୍ପତି , ମୁଖ୍ୟମନ୍ତ୍ରୀ ଅବିଭାଷଣ ରଖିଥିଲେ । ଆଜି ପ୍ରଥମ ଦିନରେ ବିଧାନସଭାର କମିଟି ବ୍ୟବସ୍ଥା ଓ ବୈଧାନିକ ପ୍ରକ୍ରିୟା ଉପରେ ଆଷଳାଚନା ହେବ ।
ସେହିଭଳି ଆସନ୍ତା କାଲି ଅର୍ଥାତ ଉଦଯାପନି ଦିନରେ ବିଧାନସଭାର ବଜେଟ ପ୍ରକ୍ରିୟା ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ନବ ନିର୍ବାଚିତ ବିଧାୟକ ମାନଙ୍କୁ ଟ୍ରେନିଂ ଦିଆଯିବ । ଅଭିଜ୍ଞ ବିଧାୟକ ମାନେ ମଧ୍ୟ ଏହି ପ୍ରଶିକ୍ଷଣରେ ଉପସ୍ଥିତ ରହିବେ ବୋଲି ଜଣାପଡିଛି ।