ବ୍ରହ୍ମପୁର (ଏଟିଆର ବ୍ୟୁରୋ): ରାଜ୍ୟରେ ଦ୍ରୁତ ବେଗରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହିତ ଗଞ୍ଜାମରେ କରୋନା ସ୍ଥିତି ଅଣାୟତ ହେବା ଫଳରେ ବ୍ରହ୍ମପୁର ଷ୍ଟେସନରେ ଟ୍ରେନ ରହଶୀ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଏବେ ଏହି ପ୍ରତିବନ୍ଧକୁ ରାଜ୍ୟ ସରକାରଙ୍କ ପକ୍ଷରୁ ହଟାଇ ଦିଆଯାଇଛି । ଏଣିକି ବ୍ରହ୍ମପୁର ଷ୍ଟେସନରେ ଅଟକିବ ଟ୍ରେନ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଇଷ୍ଟକୋଷ୍ଟ ରେଲୱେକୁ ଚିଠି ଲେଖି ଅବଗତ କରାଯାଇଛି ।
ସେହିଅନୁଯାୟୀ ଏଣିକି ଆନ୍ଧ୍ର ଏବଂ ଭୁବନେଶ୍ୱରରୁ ଆସୁଥିବା ଟ୍ରେନଗୁଡିକ ବ୍ରହ୍ମପୁର ଷ୍ଟେସନରେ ରହିବ । ମାତ୍ର ବ୍ରହ୍ମପୁର ଷ୍ଟେସନରେ କେଉଁ କେଉଁ ଟ୍ରେନ ଗୁଡିକ ଅଟକିବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ ।