ରାଉରକେଲା (ଏଟିଆର ବ୍ୟୁରୋ): ରାଉରକେଲା ଇସ୍ପାତ କାରଖାନାରୁ ବେଆଇନ ୨ଟି ଟ୍ରେଲର ଜବତ କରାଯାଇଛି । ଟ୍ରେଲର ଦୁଇଟି ବିନା କାଗଜ ପତ୍ର ଏବଂ ବିନା ଏଣ୍ଟ୍ରି ପାସରେ କାରଖାନା ମଧ୍ୟରେ ପଶିଥିବା ବେଳେ କ୍ରାଇମବ୍ରାଞ୍ଚ ଓ ଭିଜିଲାନ୍ସ ଟିମ ଜବତ କରିଛି । ତେବେ ଦାୟିତ୍ୱରେ ଅବହେଲା କରିଥିବା ଯୋଗୁଁ ୪ଜଣ ସିଆରଏସଏଫ ଯବାନଙ୍କୁ ନିଲମ୍ବିତ କରାଯାଇଛି । ଗତକାଲି କ୍ରାଇମବ୍ରାଞ୍ଚ ଓ ଭିଜିଲାନ୍ସର ଟିମ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପରିସରର ପ୍ଲେଟ ମିଲ ନିକଟରୁ ଦୁଇ ଟ୍ରେଲରକୁ ଜବତ କରିଥିଲେ । ଏହି ଦୁଇଟି ଟ୍ରେଲରକୁ ଟିିମ ଜବତ କରିବା ସହରେ ସେମାନଙ୍କ ପାଖରେ ଏଣ୍ଟ୍ରି ପାସ ନଥିଲା । ତେବେ ରେଡ ପରେ ଏହି ଦୁଇଟି ଟ୍ରେଲରର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ଏହି ଦୁଇଟି ଟ୍ରେଲର କାରଖାନା ପରିସରକୁ ପ୍ରବେଶ କରିବା ସହ ବିପୁଳ ପରିମାଣରେ ଲୁହା ପଥର ଚୋରି କରିଥିବା ସନ୍ଦେହରେ ତଦନ୍ତ ଆରମ୍ଭ ହୋଇଛି । ଅନ୍ୟପଟେ ଏନେଇ ସିଆଇଏସଏଫର ୪ଜଣଙ୍କ ଆଚରଣ ସନ୍ଦେହ ଘେରକୁ ଆସିଥିଲା । ଯାହାଫଳରେ ଳସେମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେମାନଙ୍କୁ ସୋକଜ ନୋଟିସ ପ୍ରଦାନ କରାଯାଇଛି । ଅନ୍ୟପକ୍ଷେ ରାରକେଲା ଷ୍ଟିଲପ୍ଲାଣ୍ଟ କତ୍ତୃପକ୍ଷ ଘଟଣା ବାବଦରେ ଟାଙ୍ଗରପାଲି ଥାନାରେ ଏତଲା ଦେଇଛନ୍ତି । ଏହି ମାମଲାର ତଦନ୍ତ ଉଭୟ ପୁଲିସ ଓ ସିଆରଏସଏଫ ଟିମ କରୁଛନ୍ତି । ରାଉରକେଲା ଷ୍ଟିଲପ୍ଲାଣ୍ଟରୁ ଏୁହା ପଥର ଚୋରି କରିବାକୁ ଏକ ରାକେଟ କାମ କରୁଥିବା ସନ୍ଦେହ କରାଯାଉଥିବା ବେଳେ ଦୁଇଦିନ ତଳେ ବିନା ଏଣ୍ଟ୍ରି ପାସରେ ଏକ ଟ୍ରକ ପ୍ରବେଶ କରୁଥିବାରୁ ଏକ ଡ୍ରାଇଭରକୁ ମଧ୍ୟ ଗିରଫ କରାଯାଇଥିଲା ।