ପାରାଦୀପ ( ଏଟିଆର ବ୍ୟୁରୋ): ପାରାଦୀପରେ ଏକ ମାଛଧରା ଟ୍ରଲର ପୂର୍ବରୁ ବୁଡି ରହିଥିବା ବ୍ଲାକରୋଜ ଯାହାଜରେ ଧକ୍କା ଦେଇ ବୁଡି ଯାଇଛି । ଏହି ସମୟରେ ଟ୍ରଲରରେ ୬ ଜଣ ମତ୍ସ୍ୟଜୀବି ରହିଥିଲେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଜଣା ପଡିଛି । ସୂଚନା ଅନୁସାରେ ଟ୍ରଲରଟି ମାଛ ଧରି ନେହୁରୁ ବଙ୍ଗଳାକୁ ଫେରୁଥିବା ବେଳେ ଆଜି ଅଧିକ କୁହୁଡି ରହଥିବାରୁ ଜାହାଜଟି ବ୍ଲାକରୋଜ ଜାହାଜକୁ ଧକ୍କା ଦେଇଥିଲା । ଫଳରେ ଟ୍ରଲରଟି ଭାରସ୍ୟାମ ହରାଇ ସମୁଦ୍ରରେ ବୁଡି ଯାଇଥିଲା ।
ପାଖାପାଖି ଦେଇ ଆଉ ଏକ ଟ୍ରଲର ଯାଉଥିଲା ଜାହାଜଟି କାଳ ବିଳମ୍ବ ନ କରି ସମସ୍ତ ମତ୍ସ୍ୟଜୀବି ମାନଙ୍କୁ ଉଦ୍ଧାର କରିଥିଲା । ତେବେ ଏହି ଘଟଣାକୁ ନେଇ ଏବେ ମତ୍ସ୍ୟଜୀବିଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଦୀର୍ଘ ଦିନ ହେଲା ଏନେଇ ସେମାନେ ପ୍ରଶାସନକୁ ଅବଗତ କରି ଆସୁଥିଲେ ମଧ୍ୟ ଏଥିନେଇ ଦୃଷ୍ଟି ଦିଆ ଯାଉନାହିଁ କି ଜାହାଜଟିକୁ ସମୁଦ୍ରରୁ ବାହାର କରାଯାଉ ନାହିଁ । ପୂବରୁ ମଧ୍ୟ ଏମିତି କିଛି ଛୋଟ ଛୋଟ ଟ୍ରଲର ଅଳ୍ପକେ ଏମିତି ଦୁର୍ଘଣାରୁ ଅଳ୍ପକେ ବର୍ତ୍ତିଛି । ଜାହାଜଟିକୁ ତୁରନ୍ତ ସମଦ୍ରରୁ ହଟେଇବାକୁ ଦାବି ହେଉଛି ।