କେନ୍ଦୁଝର(ଏଟିଆର ବ୍ୟୁରୋ); ଢ଼େଙ୍କାନାଳ ପରେ କେନ୍ଦୁଝର । ବଳରାମପୁର ପରେ ବଡବିଲ । ବେଆଇନ ଗଛକଟାକୁ ନେଇ ବଢ଼ିଲା ବିରୋଧ । ସେଠି ସରକାର , ଏଠି ମାଫିଆ । ପ୍ରଥମେ ଶୁଣନ୍ତୁ କଣ କହୁଛନ୍ତି ଅଭିଯୋଗକାରୀ ।
ବିୟର ଫ୍ୟାକ୍ଟ୍ରି ପାଇଁ ଢ଼େଙ୍କାନାଳ ବଳରାମପୁରରେ ଗଛକଟାକୁ ନେଇ ମହାଭାରତ ହୋଇଥିବା ବେଳେ ଏବେ ସାମ୍ନାକୁ ଆସିଛି ବଡବିଲ ବନାଂଚଳ ରୁଗୁଡି ସେକ୍ସନର କ୍ୟାମ୍ପ ହଟିଂ । ଯେଉଁଠି ପ୍ରଶାସନର ନାକନିଶ ତଳେ ଚାଲିଛି ବେଆଇନ ଗଛକଟା । ଲୋକଙ୍କ ଅଭିଯୋଗ, କାଠ ମାଫିଆ ଓ ବନବିଭାଗ ମଧ୍ୟରେ ରହିଛି ଭିତିରି ଗଠବନ୍ଧନ । ନହେଲେ ମାଫିଆମାନେ ଜଙ୍ଗଲକାଟି ପଦା କରୁଛନ୍ତି ହେଲେ କାହିଁକି ଚୁପ ରହୁଛି ପ୍ରଶାସନ । ଗତକାଲି ଶତାଧିକ ଶାଳଗଛ ଗଣ୍ଡିକୁ ଜବତ କରି ସ୍ଥାନୀୟ ଲୋକେ ବନବିଭାଗକୁ ହସ୍ତାନ୍ତର କରିଥିଲେ ବି ବିଭାଗ ପଦକ୍ଷେପ ନେବ କଣ ଆରାମ କରୁଛି । ଯାହାକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ ।
ତେବେ ଲୋକଙ୍କ ଆକ୍ରୋଶ ଓ ଆନ୍ଦୋଳନ ପ୍ରଶାସନର ନିରବତାକୁ କେବେ ଭାଙ୍ଗୁଛି ତାହା ଦେଖିବାର କଥା ।