ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସ୍ମାର୍ଟ ସିଟିରେ ଆଦିବାସୀ ଗାଁ । ଚାଳରେ ଲାଉ ଆଉ କଖାରୁକୁ ମାଟିଲିପା କାନ୍ଥରେ ଆଦିବାସୀ ସଂସ୍କୃତି । ସହରିଆ ଲୋକଙ୍କୁ ବାନ୍ଧି ରଖୁଛି ଆଦିବାସୀ ମେଳା । ଗତ ୨୬ ତାରିଖରୁ ଭୁବନେଶ୍ୱର ପ୍ରର୍ଦଶନି ପଡିଆରେ ଆରମ୍ଭ ହୋଇଥିବା ଆଦିବାସୀ ମେଳାକୁ ନେଇ ଏବେ ଉତ୍ସବ ମୁଖର ହୋଇ ପଡିଛି ରାଜଧାନୀ । ସନ୍ଧ୍ୟା ହେବା ମାତ୍ର ଏହି ମେଳା ଦେଖିବାକୁ ସହରୀ ଲୋକଙ୍କ ଭିଡ ଜମୁଛି । ଶୀତୁଆ ସନ୍ଧ୍ୟାରେ ଆଦୀବାସୀ ନୃତ୍ୟ ବେଶ କିଛି ସମୟ ମନ୍ତ୍ରମୁଗ୍ଧ କରି ରଖୁଛି ଦର୍ଶକଙ୍କୁ । ଆଦିବାସୀ ଗାଁ ସାଙ୍ଗକୁ ଆଦବାସୀ ଖାଦ୍ୟ ଓ ନୃତ୍ୟକୁ ଉପଭୋଗ କରୁଛନ୍ତି ସହରିଆ । କୁହାଯାଏ ଆଦିବାସୀ ଓସଂସ୍କୃତି ଓ ପରମ୍ପରା ଏମାନଙ୍କ ସମ୍ପର୍କ ଯେତିକି ପୁରୁଣା ସେତିକି ନିବିଡ ।
ସେଥିପାଇଁତ ମେଳାରେ ତିଆରି ହୋଇଥିବା ଆଦିବାସୀ ଘର ଆଉ ଚଳଣି ଦେଖିବାକୁ ଲୋକ ମାନଙ୍କର ନାହି ନଥିବାର ଭିଡ ଜମୁଛି । କେବଳ ସେତିକି ନୁହେଁ ଏହା ସହ ଆଦିବାସୀ ମାନେ ଜଙ୍ଗଲରୁ ସଂଗ୍ରହ କରିଥିବା ବିଭିନ୍ନ ଜଙ୍ଗଲ ଜାତିୟ ଦ୍ରବ୍ୟ ମଧ୍ୟ ସୁଲଭ ଦରରେ ମିଳୁଛି । ଆଦିବାସୀମାନଙ୍କର ହାତ ତିଆରି ଫୁଲ ଝାଡ଼ୁ, ବଢ଼ି, ଆଚାର, ମାଣ୍ଡିଆ ମିଶ୍ଚର, ମସଲା ଜାତ ଦ୍ରବ୍ୟ, ବିଭିନ୍ନ ପ୍ରକାର ଗୃହ ସାମଗ୍ରୀ ସହିତ ବାଉଁଶ ତିଆରି ବିଭିନ୍ନ ହସ୍ତଶିଳ୍ପ ଲୋକମାନେ ଅଧିକ ଭାବେ କିଣୁଥିବା ଦେଖିବାକୁ ମିଳୁଛି।