ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମଙ୍ଗଳ ଗ୍ରହରେ ଏଲିୟନ୍ସ ଅଛନ୍ତି ନେଇ ଦାବି କରିଛନ୍ତି ଇସ୍ରାଇଲର ପୂର୍ବତନ ସ୍ପେସ୍ ଚିଫ୍ ହୈମ ଇସଡ। ସେମାନେ କେବେ କେବେ ପୃଥିବୀକୁ ଆସିଥା’ନ୍ତି ଓ ମଙ୍ଗଳ ଗ୍ରହରେ ସେମାନେ ବାସ କରନ୍ତି। ଏମିତିକି ଏହି ଏଲିୟନ୍ସ ମାନେ ପୃଥିବୀରେ ଲୁଚି ରହିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ସେ କହିଛନ୍ତି , ଏଲିୟନ୍ସର ଆମେରିକା ଏବଂ ଇସ୍ରାଏଲ ସହିତ ମଧ୍ୟ ସମ୍ପର୍କ ରହିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହା ମଧ୍ୟ ଏସମ୍ପର୍କରେ ଜାଣିଛନ୍ତି ।
ଇସେଦ କହିଛନ୍ତି ଯେ ସେହି ଯେ ସେହି କଥାକୁ ଏଥିପାଇଁ ଚପାଇ ଦିଆଯାଇଛି ଯେ ଏପର୍ୟ୍ୟନ୍ତ ମାନବ ସଭ୍ୟତା ଏଲିଅନଙ୍କ ଅବସ୍ଥିତି ନେଇ ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହନ୍ତି। ୩୦ ବର୍ଷ ଧରି ଇସ୍ରାଏଲର ମହାକାଶ ସୁରକ୍ଷା କାର୍ୟ୍ୟକ୍ରମ ପରିଚାଳନା କରୁଥିବା ହୖମେ ଇସେଦ ଇସ୍ରାଏଲର ଏକ ଖବରକାଗଜ ୟେଡିଅତ ଅହରୋନୋତଙ୍କ ସହ କଥାବାର୍ତ୍ତା ବେଳେ ଏଭଳି ଦାବି କରିଛନ୍ତି। ଟ୍ରମ୍ପ ଏନେଇ ଖୋଲାସା କରିବାକୁ ନିଷ୍ପତି ନେଇଥିଲେ ହେଲେ ଏଲିଅନ ମାନଙ୍କ ଚାପ ଫଳରେ ସେ ତାହାର ଖୋଲାସା କରିପାରିନଥିଲେ । ସେ କହିଛନ୍ତି କି ଏଲିଅନ ଓ ଆମେରିକା ସରକାରଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଛି । ଏହାସହ ଏଲିଅନ ମାନଙ୍କ ସହିତ ଟ୍ରମ୍ପଙ୍କ କାର୍ୟ୍ୟାଳୟରୁ ସର୍ବଦା ବାର୍ତ୍ତା ସରବରାହ କରାଯାଉଛି। ମଙ୍ଗଳ ଗ୍ରହରେ ଏଲିଅନ୍ ମାନଙ୍କର ଏକ ଆଡ୍ଡାସ୍ଥଳୀ ରହିଛି । ଯେଉଁଠି ଏଲିଅନ ମାନଙ୍କର ପ୍ରତିନିଧି ଓ ଆମେରିକାର ପ୍ରତିନିଧି ଯାତ୍ରୀ ରହିଛନ୍ତି । ଏନେଇ ଇସେଦ ଯଦି ୫ ବର୍ଷ ଆଗରୁ ଖୋଲାସା କରିଥାନ୍ତେ ତାହେଲେ ତାଙ୍କ ଜୀବନ ପ୍ରତି ବିପଦ ରହିଥାନ୍ତା ।