ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଗତ କିଛି ଦିନ ହେବ ରାଜଧାନୀ ଭୁବନେଶ୍ୱରରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଜି ଭୁବନେଶ୍ୱରରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ୨୫ ବର୍ଷୀୟ ପୁରୁଷ ଅଛନ୍ତି । ସେ ଆପୋଲ ହସ୍ପିଟାଲରେ କାମ କରୁଥିଲେ ବୋଲି ଜଣାପଡିଛି । ସେହିପରି ନୟାପଲ୍ଲୀ ଶ୍ରୀରାମ ବିହାର ଆପାଟମେଣ୍ଟରୁ ଜଣେ ୬୭ ବର୍ଷର ବୃଦ୍ଧା କରୋନା ସଂକ୍ରମଣ ହୋଇଛନ୍ତି । ସେ ହୋମ କ୍ୱାରାଣ୍ଟାଇନରେ ରହିଥିଲେ ।
ଏହାକୁ ମିଶାଇ ରାଜଧାନୀରେ ମୋଟ ୧୦୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪୨ଟି ସକ୍ରିୟ କେସ୍ ରହିଛି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।