ସମ୍ବଲପୁର (ଏଟିଆର ବ୍ୟୁରୋ): ସମ୍ବଲପୁରରେ ଏକ ଦୁଃଖଦ ଘଟଣା ଘଟିଛି । ପାୱାର ଚ୍ୟାନେଲରେ ବୁଡି ଦୁଇ ଜଣ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରଙ୍କ ମୃତ୍ୟୁ ହୋଇଛି ।
ସବୁଦିନ ଭଳି ଗତକାଲି ସୁମିତ ଦାସ୍ ଏବଂ ସମୀର ଦଳେଇ ଦୁହେଁ ସ୍ପେଶାଲ କୋଚିଂ କ୍ଲାସ ଯାଇଥିଲେ । କିନ୍ତୁ ସକାଳୁ ସେ ଦୁହେଁ ଘରକୁ ନ ଯାଇ ଅନ୍ୟ ସାଙ୍ଗମାନଙ୍କ ସହ ମିଶି ପାୱାର ଚ୍ୟାନେଲକୁ ଗାଧୋଇବା ପାଇଁ ଯାଇଥିଲେ । ମାତ୍ର ପାଣିର ଗଭୀରତା ଏତେ ଥିଲା ଯେ ଦୁହେଁ ବୁଡି ଯାଇଥିଲେ । ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚି ଦୁହିଁଙ୍କୁ ଉଦ୍ଧାର କରିଥିଲେ । ସେତେବେଳକୁ ଦୁହିଁଙ୍କର ମୃତ୍ୟୁ ହୋଇସାରିଥିଲା ।
ନିକଟରେ କୁଆଖାଇ ନଦୀରେ ଭାସିଯାଇ ଦୁଇ ଜଣ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ, ପୁଣି ଥରେ ପାୱାର ଚ୍ୟାନେଲରେ ଆଉ ଦୁଇ ଜଣ ଛାତ୍ରଙ୍କ ବୁଡିଯିବା ଘଟଣା ଫଳରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି ।