ଢେଙ୍କାନାଳ (ଏଟିଆର ବ୍ୟୁରୋ): ରାସ୍ତାକଡରେ ହୁତୁହୁତୁ ହୋଇ ଜଳୁଛି ବସ୍ । ତାହା ପୁଣି ଗୋଟିଏ ନୁହେଁ ଦୁଇ ଦୁଇଟି ବସ୍ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାଲଟେକ୍ସ ଛକ ନିକଟରେ । ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀର କର୍ମଚାରୀ ପହଁଚି ନିଆଁ ଲିଭାଇବା ପାଇଁ ଚେଷ୍ଟା କରୁଛନ୍ତି ।
ଖବରମୁତାବକ, ଢେର ଦିନ ହେବ କାଲଟେକ୍ସ ଛକରେ ଦୁଇଟି ବସ୍ ଅଚଳ ଅବସ୍ଥାରେ ପଡି ରହିଥିଲା । ମାତ୍ର ଆଜି ସକାଳୁ ଦୁଇଟି ଯାକ ବସ୍ ଅଚାନକ୍ ହୁତୁହୁତୁ ହୋଇ ଜଳୁଥିବାର ଦେଖିବାକୁ ମିଳିଥିଲା । ହେଲେ କିଏ ଏବଂ କାହିଁକି ବସ୍ ରେ ନିଆଁ ଲଗାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଖବର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।