ଭୁବନେଶ୍ୱର(ଏଟିଆର ବ୍ୟୁରୋ): କରୋନାର ତୃତୀୟ ଲହରରରେ ଅଧିକ ମାତ୍ରାରେ ଶିଶୁ ସଂକ୍ରମିତ ହେବେ ବୋଲି କୁହାଯାଇଥିବାବେଳେ ଏବେଠାରୁ ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୧୦୦ ପଜିଟିଭ ହେଉଛନ୍ତି । ଏହାରି ମଧ୍ୟରେ ଆଜି ୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଏହି ଦୁଇ ଶିଶୁଙ୍କ ମଧ୍ୟରୁ ଜଣଙ୍କ ଘର ମୟୂରଭଞ୍ଜ ଜିଲ୍ଲାରୁ ୫ମାସର ଶିଶୁକନ୍ୟା ହୋଇଥିବାବେଳେ ଅନ୍ୟ ଜଣ ସନ୍ତାନ ଜଣକ କଟକର ୧୨ ଦିନର ଶିଶୁ କନ୍ୟା ।ଉଭୟ ଶିଶୁ କରୋନାରେ ଆକ୍ରାନ୍ତ ହେବା ସହ ଅନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ । ଏନେଇ ସ୍ୱାସ୍ଥ୍ୟ ବିଭାଗ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଏହି ଦୁଇ ଶିଶୁଙ୍କ ମୃତ୍ୟୁ କେବେ ହୋଇଛି, ସେ ନେଇ ନିର୍ଦ୍ଦିଷ୍ଟ କୈାଣସି ସୂଚନା ଦିଆଯାଇ ନାହିଁ । ଅଡିଟ କରିବା ପରେ ଆଝ ୬୯ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ ହୋଇଥିବା ପରେ ଆଜି ତାଲିକାରେ ପ୍ରକାଶ ପାଇଛି । ଏହା ସହ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭,୬୯୭ ରେ ପହଞ୍ଚିଛି ।