ବାଲେଶ୍ୱର (ଏଟିଆର ବ୍ୟୁରୋ): ବାଲେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ଛପୁଲିଆ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୃତବେଗରେ ଗାଡି ଚଳାଇବା ହୋଇଛି କାଳ । ଦୁଇଟି ଟ୍ରକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଯୋଗୁଁ ଚାଲି ଯାଇଛି ଦୁଇଟି ମୂଲ୍ୟବାନ୍ ଜୀବନ ।
ଖବରମୁତାବକ, ଆଜି ଭୋରୁ ଭୋରୁ ସୋର ଥାନା ଅନ୍ତର୍ଗତ ଛପୁଲିଆ ନିକଟରେ ଦୁଇଟି ଟ୍ରକ ମୁହାଁ ମୁହିଁ ଧକ୍କା ହୋଇଥିଲା । ଘଟଣାରେ ଦୁଇଜଣ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ହେଲପର ଗୁରୁତର ଭାବେ ଆହତ ହୋଇଛନ୍ତି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ଆହତଙ୍କୁ ଚିକିତ୍ସା କରିବା ଲାଗି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି । ଘଟଣାରେ ଟ୍ରକର ସମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।