ଭଦ୍ରକ ( ଏଟିଆର ବ୍ୟୁରୋ): କିଏ ଜାଣିଥିଲା ଏମିତି ହେବ । ନିଜକୁ ଫିଟ ରଖିବା ପାଇଁ ଯାଇଥିବା ବେଳେ ଚାଲିଯିବ ଜୀବନ । ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିିଛି ଭଦ୍ରକ ନୂଆ ବସଷ୍ଟାଣ୍ଡ ନିକଟରେ । ଗୋଟିଏ ଅଜଣା ଗାଡି ଧକ୍କାରେ ଦୁଇ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ତେବେ ମୃତକଙ୍କ ପରିଚୟ ଏଯାବତ ମିଳିପାରି ନାହିଁ ।
ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏବେ ବି ପୋଲିସ ମୃତକଙ୍କ ପରିଚୟ ଖୋଜୁଛି । ମୃତକଙ୍କ ମଧ୍ୟରେ ଜଣେ ଯୁବକ ଥିବା ବେଳେ ଆଉ ଜଣେ ୮ ରୁ ୧୦ ବର୍ଷ ମଧ୍ୟରେ ଜଣେ ଛୋଟିଆ ପିଲା ରହିଛି । ଦୁର୍ଘଟଣା ଘଟାଇ ଗାଡିଟି ଫେରାର ହୋଇ ଯାଇଛି ।