ସମ୍ବଲପୁର (ଏଟିଆର ବ୍ୟୁରୋ): ହୀରାକୁଦ ଜଳଭଣ୍ଡାରର ୨ଟି ଗେଟକୁ ପୁଣି ଥରେ ଖୋଲାଯାଇଛି । ଶୁକ୍ରବାର ଜଳଭଣ୍ଡାରକୁ ଜଳ ପ୍ରବେଶ କମିଥିବାରୁ ସମସ୍ତ ଗେଟ ବନ୍ଦ ହୋଇଥିଲା । ଲଘୁଚାପ ଜନିତ ବର୍ଷା ଫଳରେ ଉପରମୁଣ୍ଡରେ ଅଧିକ ବର୍ଷା ହୋଇଛି ଯାହାଫଳରେ ଜଳଭଣ୍ଡାରେ ଜଳସ୍ତର ବୃଦ୍ଧି ପାଇଛି ।
ଜଳ ପ୍ରବେଶ ବୁଦ୍ଧି ପାଇଥିବାରୁ ଗେଟ ଖୋଲା ଯାଇଛି । ଜଳଭଣ୍ଡାରେ ବର୍ତ୍ତମାନ ଜଳସ୍ତର ୬୨୮.୭୧ ଘନ ଫୁଯ ରହିଛି । ସେକେଣ୍ତ ପ୍ରତି ୪୭ ହଜାର ୩୨୫ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ୨ ଟି ଗେଟ ଯୋଗେ ୫୦ ହଜାରୁ ଉଦ୍ଧ କ୍ୟୁସେକ ଜଳ ନିଷ୍କାସିତ ହେଉଥିବା ଡେମ କତ୍ତୁପକ୍ଷ ସୂଚନା ଦେଇଛନ୍ତି ।
ଉପରମୁଣ୍ଡରେ ବର୍ଷା, ପୁଣି ଖୋଲିଲା ହୀରକୁଦ ଜଳଭଣ୍ଡାରର ଦୁଇଟି ଗେଟ
Tags #AtrNews #Odisha