ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ରାଜ୍ୟରେ ଆଉ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତ ଝାରସୁଗୁଡା ଜିଲ୍ଲାର । ଉଭୟଙ୍କ ମଧ୍ୟରୁ ଜଣେ ବର୍ଷକର ଶିଶୁ କନ୍ୟା ହୋଇଥିବା ବେଳେ ଅନ୍ୟଜଣେ ୪୦ ବର୍ଷିୟ ବ୍ୟକ୍ତି । ଝାରସୁଗୁଡା ଜିଲ୍ଲା ମଙ୍ଗଳବଜାର ଅଞ୍ଚଳରେ ଏହି ବର୍ଷକର ଶିଶୁ କନ୍ୟା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବାହାର ରାଜ୍ୟରୁ ଫେରି ତାଙ୍କ ପରିବାର ହୋମ କ୍ୟାରେଣ୍ଟାଇନ୍ ଥିଲେ ବୋଲି ଜାଣିବାକୁ ମିଳିଛି । ଏନେଇ ଝାରସୁଗୁଡା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ସେହିଭଳି ଚିହ୍ନଟ ହୋଇଥିବା ଅନ୍ୟ ଜଣେ ବ୍ୟକ୍ତି ମହାରାଷ୍ଟ୍ର ଫେରନ୍ତା । ସେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ମଙ୍ଗଳବଜାର ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି ।
Two more asymptomatic cases are tested COVID positive.
1-One year old girl child is of the same family of Mangal Bazar, Jharsuguda. The family is in home quarantine and under our constant vigilance
2-A forty year old male,returnee from Maharashtra is institutionally quarantined pic.twitter.com/4rdYcnipYl— DM_Jharsuguda (@dm_jharsuguda) May 22, 2020
ଏବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୧୧୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୪୮ଟି ସକ୍ରିୟ ମାମଲା ରହିଛି ଏବଂ ୭ ଜଣଙ୍କର ମୃତ୍ୟୁ ଘଟିଛି ।