ମାଲକାନଗିରି(ଏଟିଆର ବ୍ୟୁରୋ): ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲାରେ ମାଓବାଦୀଙ୍କ ବର୍ବର ହତ୍ୟାକାଣ୍ଡ । ପୁଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ୨ଜଣ ସ୍କୁଲ ଛାତ୍ରଙ୍କ ଜଳାକାଟି ହତ୍ୟା କରିଥିବା ସୁକୁମା ପୋଲିସ ଏସପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମୃତ ଦୁଇ ଜଣ ହେଉଛନ୍ତି ତାତି ହଡମା ଓ ମାଡକାମି ଅର୍ଜୁନ । ରାସ୍ତାରେ ମୃତ ଦେହ ଫିଙ୍ଗି ଦେଇଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକମାନେ ପୋଲିସକୁ ଖବର ଦେଇଥିଲେ ।ପୁଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି ।
ଜାଗରକେଣ୍ଟା ଥାନା ଅନ୍ତର୍ଗତ ମିଲମପାଲି ଜଙ୍ଗଲର ରାସ୍ତାରୁ ମୃତଦେହ ଉଦ୍ଧାର ହୋଇଛି । ହତ୍ୟା କରିବା ପରେ ଘଟଣାସ୍ଥଳୀରେ କିଛି ହାତ ଲେଖା ପୋଷ୍ଟର ଛାଡି ଯାଇଥିଲେ । ଯେଉଁଥି ପାଇଁ ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା କରାଯାଇଥିବାର ଉଲ୍ଲେଖ ରହିଛି । ମାଓବାଦୀଙ୍କ ଏପରି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳର ଲୋକେ ତୀବ୍ର ନିନ୍ଦା କରିଛନ୍ତି ।