କଟକ (ଏଟିଆର ବ୍ୟୁରୋ): ଓଡିଶା ହାଇକୋର୍ଟର ଦୁଇ ନୂତନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଶିବଶଙ୍କର ମିଶ୍ର ଓ ଜଷ୍ଟିସ ଆନନ୍ଦଚନ୍ଦ୍ର ବେହେରା । ହାଇକୋର୍ଟ ର ମୁଖ୍ୟ ବିଚାରପତି ଉଭୟଙ୍କୁ ଶପଥପାଠ କରାଇଛନ୍ତି । ଏବେ ହାଇକୋର୍ଟର ମୋଟ ବିଚାରପତିଙ୍କ ସଂଖ୍ୟା ୨୨ ରେ ପହଁଚିଛି ।
୧୯୯୧ ମସିହାରେ ଓକିଲାତି ପେସାକୁ ଆପଣାଇ ଥିଲେ ଆଇନଜୀବୀ ଶିବ ଶଙ୍କର ମିଶ୍ର । ଦେୱାନୀ, ଫୌଜଦାରୀ ଓ ଚାକିରୀ ସମ୍ପର୍କିତ ଆଇନରେ ତାଙ୍କର ସ୍ୱତନ୍ତ୍ର ଦକ୍ଷତା ରହିଛି । ସେହିପରି ଆନନ୍ଦ ଚନ୍ଦ୍ର ବେହେରା ଓଡିଶାର ବିଭିନ୍ନ ସ୍ଥାନରେ ବିଚାର ବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି । ତାଙ୍କର ଉତ୍ତମ ବ୍ୟକ୍ତିଗତ ଓ ପେସାଗତ ଭାବମୂର୍ତ୍ତି ରହିଛି ।