ସମ୍ବଲପୁର (ଏଟିଆର ବ୍ୟୁରୋ): ଦୁଇଥର ଟ୍ରାଫିକ ନିୟମ କୋହଳ ହେବାପରେ ମାର୍ଚ୍ଚ ୧ରୁ ପୁନଃବାର ଲାଗୁ କରାଯାଇଥିବା ନୂଆ ଟ୍ରାଫିକ ନିୟମ କଡା କଡି ଭାବେ ପାଳନ କରାଯାଉଛି । ତେବେ ଜନସାଧାରଣଙ୍କ ସଚେତନ ସହ ସମସ୍ତ କାଗଜପତ୍ର ଠିକ କରିବା ପାଇଁ ସମୟ ସୀମା ଦିଆଯାଇଥିଲା । ହେଲେ ଏବେ ବି କିଛି ଲୋକ ଏହି ନୂତନ ଟ୍ରାଫିକ ନିୟମକୁ ଖାତିର ନକରି ମୋଟା ଆକାରର ଜରିମାନ ଦେଉଥିବାର ଦେଖିବାକୁ ମିଳୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଟ୍ରାଫିକ ପୋଲିସ ଓ ଆରଟିଓ ପକ୍ଷରୁ କୋଟିଏ ଟଙ୍କାର ଫାଇନ ଆଦାୟ କରାଯାଇଛି । ଏହାକୁ ଦେଖି ସଚେତନ ହେବା ବଳଦରେ ଏବେ ବି କିଛି ଲୋକ ନିୟମ ମାନୁନଥିବା ଦେଖିବାକୁ ମିଳୁଛି । ବାରମ୍ବାର ନାବାଳକମାନଙ୍କୁ ଗାଡି ଦେବା ପାଇଁ ମନା ହେଉଥିଲେ ମଧ୍ୟ କିଛି ଅଭିଭାବକ ପିଲାମାନଙ୍କୁ ଗାଡି ଦେଉଥିବା ଦେଖିବାକୁ ମିଳୁଛି ।
ଯାହାଫଳରେ ଅବିଭାବମାନଙ୍କୁ ଗଣିବାକୁ ପଡୁଛି ମୋଟା ଆକାର ଜରିମାନ । ସେହିଭଳି କିଛି ଦୃଶ୍ୟ ସମ୍ବଲପୁରରୁ ସାମ୍ନାକୁ ଆସିଛି । ଯେଉଁଠି ଜଣେ ନାବାଳକ ଗାଡି ଚାଳନ କରିବା ଫଳରେ ତାର ଅବିଭାବକଙ୍କୁ ଗଣିବାକୁ ପଡିଛି ମୋଟା ଆକାରର ଜରିମାନ । ସୂଚନାନୁଯାୟୀ, ଗତକାଲି ସମ୍ବଲପୁରରେ ଦୁଇଜଣ ନାବାଳକ ଟ୍ରାଫିକ ନିୟମ ଭାଙ୍ଗି ଥିବା ବେଳେ ଟ୍ରାଫିକ ପୋଲିସ ହାତରେ ଧରାପଡିଥିଲେ । ଯାହାଫଳରେ ଉଭୟ ନାବାଳକଙ୍କ ନା’ରେ ୮୦ହଜାର ଟଙ୍କାର ଫାଇନ କଟାଯାଇଛି । ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ସମ୍ପୃକ୍ତ ନାବାଳକଙ୍କ ବାପାଙ୍କ ନାଁରେ ୩୭ ହଜାର ଟଙ୍କାର ଫାଇନ୍ କାଟିଥିଲେ ବିଭାଗୀୟ ଅଧିକାରୀ। ଟାଉନ୍ ପୁଲିସ୍ ଷ୍ଟେସନ ନିକଟରେ ଗାଡି ଯାଞ୍ଚ ବେଳେ ନାବାଳକ ଜଣକ ଧରା ପଡ଼ିଥିଲେ। ନାବାଳକ ହୋଇ ବାଇକ୍ ଚଲାଉଥିବାରୁ ୨୫ ହଜାର ଟଙ୍କା, ବିପଦପୂର୍ଣ୍ଣ ଭାବେ ଡ୍ରାଇଭିଂ କରୁଥିବାରୁ ୫ ହଜାର ଟଙ୍କା, ଡ୍ରାଇଭିଂ ଲାଇସେନ୍ସ ନ ଥିବାରୁ ୫ ହଜାର ଟଙ୍କା, ବିନା ହେଲମେଟ୍ ପାଇଁ ହଜାରେ, ତିନି ଜଣ ବସାଇଥିବାରୁ ହଜାରେ ଟଙ୍କା ଫାଇନ୍ କଟିଛି। ଏହିପରି ଭାବେ ସମୁଦାୟ ୩୭ ହଜାର ଟଙ୍କାର ଫାଇନ୍ କଟିଛି।