ପାରାଦୀପ ( ଏଟିଆର ବ୍ୟୁରୋ): ଆସନ୍ତା ଡିସେମ୍ବର ୪ ତାରିଖ ଠାରୁ ନୌସେନା ସପ୍ତାହ ପାଳନ ହେଉଥିବାରୁ ଏହି ଅବସରରେ ପାରାଦୀପରେ ସାଧାରଣ ଲୋକଙ୍କ ଦେଖିବା ପାଇଁ ଭାରତୀୟ ନୌସେନାର ଦୁଇଟି ବଡ ଯୁଦ୍ଧ ଜାହାଜ ପାରାଦୀପ ବନ୍ଦର ଉପକୂଳରେ ଲାଗିଛି । ଆଜି ଓ ଆସନ୍ତା କାଲି ଦୁଇଦିନ ଧରି ସାଧାରଣ ଲୋକ ଅତି ନିକଟରୁ ଦୁଇଟି ଯୁଦ୍ଧ ଜାହାଜକୁ ଦେଖି ପାରିବେ । ଏହି ଦୁଇଟି ଯୁଦ୍ଧ ଜାହାଜର ନାମ ରହିଛି ଆଇଏନଏସ ରଣବୀର ଓ ଆଇଏନଏସ ଐରାବତ ।
ଏହାକୁ ଦୃଷ୍ଟିରେ ରଖି ସାଧାଣର ଲୋକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପାରାଦୀପ ଜୟଦେବ ସଦନ ନିକଟରୁ ବନ୍ଦର ଭିତରକୁ ଯିବା ପାଇଁ ସ୍ୱତନ୍ତ୍ର ବସର ବ୍ୟବସ୍ଥା କରାଯାଇଛି । ଲୋକ ମାନେ ସିଧା ସଳଖ ସମସ୍ତ ଜାହଜକୁ ଦେଖିବା ସହିତ ଜାହାଜରେ ଥିବା ଉପକରଣ ବିଷୟରେ ସବିଶେଷ ତଥ୍ୟ ଜାଣି ପାରିବେ ।