ପାରାଦୀପ (ଏଟିଆର ବ୍ୟୁରୋ): ଭାରତର ସେନା ସବୁ ସ୍ତରରେ ଏତେ ଶକ୍ତିଶାଳୀ ଅଟେ ଯେ ସେମାନଙ୍କ ଆଗରେ ବଡବଡ ଶତ୍ରୁକୁ ବି ହାରମାନିବାକୁ ପଡିଥାଏ । ଆସନ୍ତା ଡିସେମ୍ବର ୪ତାରିଖ ଭାରତୀୟ ନୌସେନା ଦିବସ ହୋଇଥିବାରୁ ପାରାଦୀପ ବନ୍ଦରକୁ ଆସିବାକୁ ଯାଉଛି ଦୁଇଟି ଯୁଦ୍ଧ ଜାହାଜ । ଏହି ଦୁଇଟି ଯୁଦ୍ଧ ଜାହାଜର ନା’ ‘ଆଇଏନଏସ ରାଣା’ ଓ ‘ଆଇଏନଏସ ଘଡିଆଳ’ ।
ଏହି ଦୁଇଟି ଜାହାଜ ବନ୍ଦର ନିଷିଦ୍ଧାଞ୍ଚଳରେ ରହିବେ ଓ ଆସନ୍ତା ନଭେମ୍ବର ୨୪ ଓ ୨୫ ତାରିଖ ଦିନ ଏହି ଜାହାଜକୁ ସାଧାରଣ ଜନତା ଦେଖିପାରିବେ ବୋଲି ବନ୍ଦରର ଜନସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି । ସାଧାରଣ ଲୋକ ଜାହାଜକୁ ଦେଖିବା ଆଗରୁ ପ୍ରଥମେ ଗୋପବନ୍ଧୁ ଷ୍ଟାଡିୟମକୁ ଯାଇ ନିରାପତ୍ତା ଯାଞ୍ଚ କରିବାକୁ ପଡିବ । ଏହା ପରେ ସେମାନଙ୍କୁ ଏକ ବସ ଯୋଗେ ଜାହାଜ ପାଖକୁ ନିଆଯିବ । ଏହିଭଳି କାର୍ଯ୍ୟକ୍ରମ ହେବା ଦ୍ୱାରା ସାଧାରଣ ଲୋକ ନୌସେନା ସମ୍ପର୍କରେ ଅନେକ କିଛି ଜାଣି ପାରିବେ ।